ଖସିଗଲା ଗୋଡ, କେନାଲରେ ବୁଡି ମତ୍ସ୍ୟଜୀବୀ ମୃତ
ଗଞ୍ଜାମ: ମାଛ ଧରୁଥିବାବେଳେ କେନାଲରେ ବୁଡି ମତ୍ସ୍ୟଜୀବୀ ମୃତ। ମୃତକ ଜଣକ ପୋଡ଼ମପେଟା ଗାଁର ସିଏଚ. ଗୁରେୟା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକାଳୁ ଗୁରେୟା କେନାଲରୁ ମାଛ ଧରୁଥିଲେ। ଏତିକିବେଳେ ଅସାବଧାନତା କାରଣରୁ ତାଙ୍କ ଗୋଡ ଖସିଯାଇ ପାଣିରେ ବୁଡି ଯାଇଥିଲେ। ପରେ ଖବର ପାଇ ହୁମା ଫାଣ୍ଡି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।
Powered by Froala Editor