ଟ୍ରକ୍ ଧକ୍କାରେ ଚାଲିଗଲା ଶିକ୍ଷକଙ୍କ ଜୀବନ
ଭୁବନେଶ୍ବର: ବରଗଡ଼ ଜିଲ୍ଲା ଅତାବିରା ରେଙ୍ଗାଲି କ୍ୟାମ୍ପ ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ବରଗଡ଼ ପଟରୁ ଆସୁଥିବା ଏକ ଟ୍ରକ୍ ଦ୍ରୁତଗାମୀ ଆସୁଥିବାବେଳେ ବାଇକକୁ ପଛ ପଟରୁ ଧକ୍କା ଦେଇଥିଲା। ମୃତକ ବରଗଡ଼ ଜିଲ୍ଲା ଭଟଲି ବ୍ଳକ ତରାକନା ହାଇସ୍କୁଲର ଖେଳ ତଥା ସ୍କାଉଟ ଶିକ୍ଷକ ନାରାୟଣ ପାତ୍ର ବୋଲି ଜଣାପଡିଛି। ଆଜି ସକାଳୁ ସକାଳୁ ଭଟଲିରୁ ବାହାରି ତାଙ୍କ ନିଜସ୍ଵ ଗାଁ ଦେବଗଡ଼ ଜିଲ୍ଲା ଠାକୁର ପାଲିକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ଖବର ପାଇ ଅତାବିରା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor