ବ୍ଲେଡ୍ରେ କାଟି ଆଇଟିଆଇ ଛାତ୍ରୀଙ୍କୁ ନୃଶଂସ ଭାବେ ହତ୍ୟା

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀରେ ଜଣ ଆଇଟିଆଇ ଛାତ୍ରୀଙ୍କୁ ହତ୍ୟା । ଗୁରୁବାର ସକାଳେ ଘରର ବାରିପଟୁ ଜଣେ ଯୁବକଘର ମଧ୍ୟରେ ପଶି ଜଣେ ଆଇ ଟି ଆଇ ଛାତ୍ରୀ ଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଛି । ବ୍ଲେଡରେ ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନକୁ କାଟିବା ସହ ଶାବଳ ଭୁଷି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମୃତକ ଜଣକ ହେଲେ ପ୍ରିତି ସାହୁ ଓରଫ ଅଞ୍ଜଳି ବୋଲି ପୁଲିସ କହିଛି। ଅନ୍ତରବାଟିଆରେ ରହୁଥିବା ଖୋର୍ଦ୍ଧା ଅଞ୍ଚଳର ମୁନା ଖାଁ ନାମକ ଯୁବକ ଏପରି କାଣ୍ଡ ଭିଆଇ ଥିବା ମୃତକ ଅଞ୍ଜଳିର ପରିବାର ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ ଅଞ୍ଜଳିଙ୍କ ପରିବାର ର ସଦସ୍ୟମାନେ ଘରେ ନଥିବା ବେଳେ ଆଜି ଭୋର୍ ୬ ଟା ସମୟରେ ମୁନା ଘର ପଛ ପଟରୁ ଘରେ ପସି ଶାବଳରେ ଅଞ୍ଜଳିର ମୁଣ୍ଡକୁ ଆକ୍ରମଣ କରିବା ସହ ହାତରେ ଧରିଥିବା ଧାରୁଆ ବ୍ଲେଡରେ ଶରୀରର ବିଭିନ୍ନ ସ୍ଥାନକୁ ଅତି ନିର୍ମମ ଭାବରେ କାଟି ଦେଇଥିଲେ। ଯାହାଫଳରେ ଅତ୍ୟାଧିକ ରକ୍ତସ୍ରାବ ଯୋଗୁଁ ଘଟଣା ସ୍ଥଳରେ ହିଁ ଅଞ୍ଜଳିଙ୍କ ମୃତ୍ୟୁ ଘଟିଥିଲା।ଘଟଣା ପରେ ଅଭିଯୁକ୍ତ ମୁନା ଫେରାର ରହିଥିବା ଜଣାପଡିଛି।ଖବର ପାଇ ଗୋପାଳପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଥିବା ବେଳେ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନି କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଥିବା ଜଣାପଡିଛି।
Powered by Froala Editor