ରୋପୱେ ଅପରେଟର କହିଥିଲେ ଆଲ୍ଲା ହୋ ଆକବର, ତଳେ ଫୁଟିଥିଲା ଗୁଳି

ପହଲଗାମ୍ ହମ୍ଲାର ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ଗୁଜରାଟର ରିଷି ଭଟ୍ଟ । ଏପ୍ରିଲ ୨୨ ତାରିଖରେ ପରିବାର ସହ ପହଲଗାମର ବୈସରନ ଭ୍ୟାଲି ବୁଲିବାକୁ ଯାଇଥିଲେ । ଅପରାହ୍ଣ ସାଢ଼େ ୨ଟାରେ ଜିପ୍ ଲାଇନ୍ ରାଇଡ୍ ଆରମ୍ଭ କରିଥିଲେ ରିଷି । କଶ୍ମୀରର ସୁନ୍ଦରତାକୁ କଏଦ୍ କରିବା ପାଇଁ ମୋବାଇଲ୍ର ସେଲ୍ଫି କ୍ୟାମେରା ଅନ୍ କରି ରେକର୍ଡ କରିଥିଲେ ଭିଡିଓ । ଏତିକି ବେଳେ ଜିପ୍ଲାଇନ୍ ଅପରେଟର ୩ ଥର ଆଲ୍ଲା ଅକବର କହି ତାଙ୍କୁ ଛାଡିଥିଲେ । ଆଉ ତା’ପରେ ଆରମ୍ଭ ହୋଇଥିଲା ଗୁଳିମାଡ଼ର ଶବ୍ଦ ।
ତେବେ ଭିଡିଓ କରିଥିବା ରିଷି ଇତିମଧ୍ୟରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଯାହା ଆତଙ୍କୀ ହମଲାରେ ଖିଅକୁ ଧରେଇବାରେ ଗୋଟେ ରାସ୍ତା ଦେଖାଇଛି । ରିଷି ପହଲଗାମ୍ ହମଲା ପଛରେ ଜିପ୍ ଲାଇନ୍ ଅପରେଟରକୁ ସନ୍ଦେହ ଆଖିରେ ଦେଖିଛନ୍ତି । ରିଷିଙ୍କ କହିବା ଅନୁସାରେ ଯେତେବେଳେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପତ୍ନୀ ଅବା ଅନ୍ୟ ପର୍ଯ୍ୟଟକଙ୍କୁ ଜିପ୍ ଲାଇନରେ ପାର୍ କରୁଥିଲେ ସେତେବେଳେ ସେ ମିନି ସୁଇଜରଲ୍ୟାଣ୍ଡ... ମିନି ସୁଇଜରଲ୍ୟାଣ୍ଡର ନାରା ଦେଉଥିଲା ମାତ୍ର ଯେତେବେଳେ ରିଷିଙ୍କୁ ଜିପ୍ ଲାଇନରେ ଝୁଲାଇ ପଠାଇଲା ସେତେବେଳେ ହିଁ ସେ ତିନି ଥର ଆଲ୍ଲା ହୋ ଆକବର... ଆଲ୍ଲା ହୋ ଆକବର... ଆଲ୍ଲା ହୋ ଆକବର... ନାରା ଦେଲା । ବାସ୍ ତାପରେ ହିଁ ତଳେ ଫାୟାରିଂ କରିବା ଆରମ୍ଭ କରିଦେଇଥିଲେ ବନ୍ଧୁକଧାରୀ ଆତଙ୍କୀମାନେ...
ପର୍ଯ୍ୟଟକଙ୍କ ମୋବାଇଲର ସେଲଫି କ୍ୟାମେରାରେ ରେକର୍ଡ କରିଥିବା ଏ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଜିପ୍ ଲାଇନ୍ ରାଇଡର ଭରପୁର ମଜା ନେଉଥିବା ବେଳେ ତଳେ କ’ଣ ଚାଲିଥିଲା ପ୍ରଥମେ ଜାଣି ପାରିନଥିଲେ ରିଷି । ପରେ ଜାଣି ପାରି ନିଜ ଜୀବନ ବଞ୍ଚାଇବାକୁ ଜିପ୍ ଲାଇନରୁ ତଳକୁ ଡେଇଁ ପଡିଥିଲେ । ଏହାପରେ ପରିବାର ଲୋକଙ୍କୁ ଧରି ସେଠାରୁ ଖସି ଆସିଥିଲେ । ସେ ଦିନ ତାଙ୍କ ସହ କ’ଣ ଘଟିଥିଲା ତାହା ଏବେ ଗୋଟି ଗୋଟି କରି କ୍ୟାମେରା ଆଗରେ ବଖାଣିଛନ୍ତି ।
ଆତଙ୍କୀ ହମଲାର ଏହି ଭିଡିଓ ସାମ୍ନାକୁ ଆସିବା ପରେ, ଉକ୍ତ ଜିପ୍ ଲାଇନ୍ ଅପରେଟରକୁ ଅଟକ ରଖି ଏନ୍ଆଇଏ ପଚରାଉଚରା କରୁଛି । ଭିଡିଓରେ ଦେଖାଯାଉଥିବା ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା ପାଇଁ NIA ଓ ଜମ୍ମୁ କଶ୍ମୀର ପୋଲିସ ସମନ୍ କରିଛି । ତେବେ ଏହି ଜିପ୍ ଲାଇନ ଅପରେଟ୍ କିଏ? କାହିଁକି ସେ ଅଲ୍ଲା ହୁ ଅକବର କହିଥିଲେ? ଏଭଳି କହି ସେ ଆତଙ୍କବାଦୀଙ୍କୁ ହମ୍ଲା ପାଇଁ ଇସାରା ଦେଇଥିଲେ କି? ଏସବୁର ଖୋଲତାଡ ଜାରି ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।
Powered by Froala Editor