୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ମାମୁ ଗିରଫ
ଗଞ୍ଜାମ: ଗଞ୍ଜାମ ଜିଲା ଦିଗପହଣ୍ଡି ଅନ୍ତର୍ଗତ ଖଲିଙ୍ଗି ଅଞ୍ଚଳରେ ୪ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁ କନ୍ୟାକୁ ନିଜ ମାମୁ ଦୁଷ୍କର୍ମ କରି ହତ୍ୟା କରିଥିବା ପୁଲିସ ସ୍ପଷ୍ଟ କରିଛି। ଅଭିଯୁକ୍ତ ମାମୁ କାଳିଆ ନାହାକକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଅଶ୍ଳୀଳ ଭିଡିଓ ଦେଖିବା ପରେ ଶିଶୁକନ୍ୟାକୁ ଏକ ପରିତ୍ୟକ୍ତ ଘରକୁ ନେଇ ଦୁଷ୍କର୍ମ କରିଥିଲା। ପରେ ଶିଶୁକୁ ହତ୍ୟା କରିଥିଲା ବୋଲି ପଚରାଉଚରା ସମୟରେ ସ୍ଵୀକାର କରିଛି।
Powered by Froala Editor