ଭିଜିଲାନ୍ସ ଜାଲରେ ଠିକାଦାର
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଠିକାଦାର ଲକ୍ଷ୍ମୀଧର ରାଉତରାୟ। ସରକାରୀ ଟଙ୍କା ହଡପ ମାମଲାରେ ଶୁକ୍ରବାର ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ନୂଆପଡା ଖଡିଆଳରେ ବିନା କାମରେ ୫୭ ଲକ୍ଷ ଟଙ୍କା ହଡପ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଛି। ହରିଶ୍ଚନ୍ଦ୍ର ବେଣ୍ଟକର, ମୃତ୍ତିକା ସଂରକ୍ଷଣ ପର୍ଯ୍ୟବେକ୍ଷକ, ଏଡିଏସସି (ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ସହ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥା), ଜଳ ବିଭାଜିକା ଖରିଆରଙ୍କ ସହ ମିଶି ୨୨ଟି ଲୁଜ୍ ବୋଲ୍ଡର୍ ଚେକ୍ ଡ୍ୟାମ୍ କାର୍ଯ୍ୟକାରୀ ନକରି ୫୬,୯୩,୯୫୭ ପାଣ୍ଠି ହଡପ କରିଥିଲେ। ଗିରଫ ଅଭିଯୁକ୍ତ ଶ୍ରୀ ରାଉତରାୟଙ୍କୁ ଆଜି ସ୍ୱତନ୍ତ୍ର ବିଚାରପତି ଭବାନୀପାଟଣାଙ୍କ କୋର୍ଟକୁ ପଠାଯାଉଛି।
Powered by Froala Editor