ଆହୁରି ୨ ଦିନ ଅସହ୍ୟ ତାତି
ଭୁବନେଶ୍ୱର : ଅସହ୍ୟ ଗରମ ଓ ତାତିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ପଶ୍ଚିମ, ଆଭ୍ୟନ୍ତରୀଣ ଓଡିଶାରେ ଆକାଶରୁ ନିଆଁ ବର୍ଷା ହେବା ଭଳି ଅନୁଭବ ହେଉଛି। ଆହୁରି ୨ ଦିନ ଏଭଳି ଅସହ୍ୟ ତାତି ଅନୁଭବ ହେବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୭ ତାରିଖରୁ ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ଥିବାରୁ ତାତିରୁ ଆଶ୍ୱସ୍ତି ମିଳିବା ନେଇ ଅନୁମାନ କରାଯାଉଛି । କାଳବୈଶାଖୀ ପରେ ପୁଣି ମେ’ ମାସର ପ୍ରଥମ ସପ୍ତାହରେ ଅସହ୍ୟ ଖରା, ଗରମ ହେବ । ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ, ସମ୍ବଲପୁର, ବରଗଡ, ସୋନପୁରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅନୁଗୁଳ, ନୂଆପଡା, କଳାହାଣ୍ଡି, ଦେବଗଡରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ କଟକ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତିରେ ପ୍ରବଳ ତାତି ସହ ଗୁଳୁଗୁଳି ଅନୁଭବ ହେବ।
Powered by Froala Editor