କୂଅରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦୁଇ ଶ୍ରମିକଙ୍କ ଜୀବନ

କୂଅ ସଫା କରିବାକୁ ଯାଇ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ବନ୍ଦିରୀ ଗ୍ରାମରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ଚନ୍ଦ୍ରପୁର ବନ୍ଦିରୀ ଗ୍ରାମର କାଲିମା ସାହିରେ ଥିବା ଏକ କୂଅ ସଫା କରିବାକୁ ଯାଇ ଶ୍ୱାସରୁଦ୍ଧ ହୋଇ କୂଅରୁ ଵାହାରି ପାରିନଥିଲେ ଓ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ବନ୍ଦିରୀ ଗ୍ରାମର ଚିତ୍ତରଞ୍ଜନ ଟାଙ୍ଗରଙ୍ଗା ଓ ଟେଟେ ଟାଙ୍ଗରଙ୍ଗା।
ତେବେ କିପରି ପରିସ୍ଥିତିରେ ଶ୍ବାସରୁଦ୍ଧ ହେଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।
ପ୍ରକାଶଥାଉକି, ଚଳିତ ମାସ ପ୍ରଥମ ସପ୍ତାହରେ ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଗଙ୍ଗୌର ପର୍ବ ଅବସରରେ ଗାଁ କୂଅ ସଫା କରିବାକୁ ଯାଇଥିବା ସମୟରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା ।ପ୍ରାୟ ପାଞ୍ଚ ଜଣ ଲୋକ ଗାଁର କୂଅ ସଫା କରିବା ପାଇଁ ଓହ୍ଲାଇଥିଲେ । ଯେତେବେଳେ ସେ ବହୁତ ସମୟ ପର୍ଯ୍ୟନ୍ତ ନଫେରିଲେ, ୩ ଅନ୍ୟ ଲୋକ ତାଙ୍କୁ ଖୋଜିବା ପାଇଁ କୂଅ ଭିତରକୁ ଓହ୍ଲାଇଗଲେ । ସମସ୍ତଙ୍କର ଶ୍ବାସରୁଦ୍ଧ ହୋଇ ଜୀବନ ଯାଇଥିଲା ।
Powered by Froala Editor