ନକଲି ଡାକ୍ତର ଗିରଫ
ଗୋପାଳପୁର: ଗୋପାଳପୁର ପୁଲିସ ଜଣେ ନକଲି ଡାକ୍ତରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ଗୋଳାବନ୍ଧର ଅନିଲ କୁମାର ସାହୁ ବୋଲି ଜଣାପଡିଛି। ସୂଚନା ଅନୁସାରେ ଗୋଳାବନ୍ଧ ଛକରେ ଦୀର୍ଘ ବର୍ଷ ଧରି ସାହୁ ଏଣ୍ଡ ସାହୁ ମେଡ଼ିସିନ ଷ୍ଟୋର କରି ଏମ ବି ବି ଏସ ଡାକ୍ତର ନାମ ଫଳକ ଲଗାଇ ଲୋକଙ୍କୁ ଚିକିତ୍ସା କରିବା ସହ ଔଷଧ ଦେଉଥିବା ପୁଲିସକୁ ସୂଚନା ମିଳିଥିଲା । ଗତକାଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ ଏକ ଟିମ ସହ ସେଠାକୁ ଯାଇ ପଚରା ଉଚରା କରିବା ସହ ନଥିପତ୍ର ମାଗିଥିଲେ । କିନ୍ତୁ ସଠିକ ନଥିବା ଜାଣିବାକୁ ପାଇଥିଲେ । ସେଠାରୁ ନଥିପତ୍ର,ବିପି ମାପିବା ଯନ୍ତ୍ର,ପେଡ଼,ଡାକ୍ତର ଲେଖା ଯାଇଥିବା ନାମ ଫଳକ,ସାଲାଇନ ଷ୍ଟାଣ୍ଡ ଆଦି ଜବତ କରାଯାଇଛି। କରାପଲ୍ଲୀ ସମେତ ବକ୍ସିପଲୀ,ବିକ୍ରମପୁର,ନୁଆ ଗୋଳନବନ୍ଧ ସହ ବିଭିନ୍ନ ଗାଁ ରେ ଚଢ଼ାଉ କରି ନକଲି ଡାକ୍ତର ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।
Powered by Froala Editor