ବର୍ଷେ ହେଲା ଚାକିରି ନଥିଲା, ଅବସାଦରୁ ମା’କୁ ମାରିଦେଲା ପୁଅ

ଅବସାଦରେ ଆକ୍ରାନ୍ତ ଜଣେ ୩୩ ବର୍ଷୀୟ ଯୁବକ ନିଜ ମା’କୁ ଛୁରି ଭୁସି ହତ୍ୟା କରିଛି। ଅଭିଯୁକ୍ତ ଜଣକ ହେଉଛି କଲକାତାର ସୌମିକ ମଜୁମଦାର। ସେ ନିଜ ମା’ ସହିତ ରାଜରହାଟ ବେଦିଗ ଗ୍ରାମରେ ରହୁଥିଲା। ଗତ ଗୁରୁବାର ବିଳମ୍ବିତ ରାତିରେ ସେ ତା’ ମା’ ଦେବଜାନୀ ମଜୁମଦାରଙ୍କୁ ସାମାନ୍ୟ ଯୁକ୍ତିତର୍କରୁ ଛୁରି ଭୁସି ହତ୍ୟା କରିଥିଲା।ହତ୍ୟା କରିବା ପରେ ସାରା ରାତି ମୃତଦେହକୁ ଧରି ବସିଥିଲା। ପରଦିନ ଏ ସମ୍ପର୍କରେ ଅନ୍ୟମାନଙ୍କୁ ଜଣାଇଥିଲା। ଗିରଫ ହେବା ପରେ ପୁଲିସ ଆଗରେ ଏହା ସ୍ଵୀକାର କରିଛି ଅଭିଯୁକ୍ତ।
ଶୁକ୍ରବାର ସକାଳେ ସୌମିକ ଘର ନିକଟ ଚା’ ଦୋକାନକୁ ଚା’ ପିଇବାକୁ ଯାଇଥିଲା। ଚା’ ପିଇବା ସମୟରେ ସେ ତା’ ମା’କୁ ହତ୍ୟା କରିଛି ବୋଲି ଦୋକାନୀଙ୍କୁ ଜଣାଇଥିଲା। ସୌମିକଙ୍କ କଥା ଶୁଣି ଦୋକାନୀ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ସେଠାରୁ ତା’କୁ ଗିରଫ କରିଥିଲା।
ସୂଚନା ଅନୁସାରେ, ସୌମିକ ଏକ ବିପିଓରେ କାମ କରୁଥିଲା। ବର୍ଷକ ତଳେ ତା’ର ଚାକିରି ପଳାଇଥିଲା। ସେବେଠାରୁ ସେ ଅବସାଦରେ ରହୁଥିଲା।
Powered by Froala Editor