ଫିଟ୍ ହେବାକୁ ଓଜନ କମାଇଛନ୍ତି କି କମେଡିକିଙ୍ଗ୍ !

କମେଡିଆନ୍ କପିଲ ଶର୍ମାଙ୍କର ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଯିଏ ବି ଦେଖୁଛି ଚକିତ ହୋଇଯାଉଛି। ଅନେକ ତାଙ୍କୁ ଫିଟ୍ ହୋଇ ଯାଇଥିବା କହୁଥିବା ବେଳେ କିଛି ଅସୁସ୍ଥତା ନେଇ ଚିନ୍ତା ପ୍ରକଟ କରିଛନ୍ତି। କପିଲ ଓଜନ ହ୍ରାସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ନୂଆ ଲୁକ୍ରେ କପିଲ ଶର୍ମାଙ୍କୁ ଦେଖି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି।
କପିଲ ପୂର୍ବରୁ ସ୍ବାସ୍ଥ୍ୟବାନ ଥିଲେ। ହେଲେ ଏବେ ସେ ଓଜନ ହ୍ରାସ କରିବା ନେଇ ଔଷଧ ଖାଇଥିବା କୁହାଯାଉଛି। ପୂର୍ବରୁ ରାମ କପୁର ଏବଂ କରନ୍ ଜୋହରଙ୍କ ଉପରେ ମଧ୍ୟ ଏଭଳି ଆରୋପ ଲାଗିଛି। ତେବେ ନିକଟରେ କପିଲ ବିମାନବନ୍ଦରରେ ନଜର ଆସିଥିଲେ। ସେ ଗ୍ରେ ରଙ୍ଗର ପୋଷାକ ପିନ୍ଧିଥିଲେ। ଯିଏ ବି ତାଙ୍କୁ ଦେଖୁଥିଲା ଚକିତ ହୋଇଥିଲା।
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶଂସକମାନେ ସେମାନଙ୍କର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, '୨୦ ବର୍ଷୀୟ କପିଲ ଶର୍ମା ଫେରି ଆସିଛନ୍ତି।' ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'ତୁମେ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉଛ।' ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'କପିଲ ଏତେ ପତଳା ହୋଇଗଲେଣି, ସେ କୌଣସି ନୂଆ ଫିଲ୍ମ କରୁଛନ୍ତି କି?
Powered by Froala Editor