୨ ସପ୍ତାହ ଭିତରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ହେବ ଲାଗୁ, ୩ କୋଟି ୫୨ଲକ୍ଷ ଉପକୃତ ହେବେ

ଭୁବନେଶ୍ୱର: ଆଜି ଓଡ଼ିଶା ଦିବସ। ୧୯୩୬ ଆଜିର ଦିନରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। ବରପୁତ୍ରମାନଙ୍କ ଅବଦାନକୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରେ ଆଜି ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ୨ ସପ୍ତାହ ଭିତରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଲାଗୁ ହେବ ବୋଲି ସତ୍ୟଭାମାପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ରାଜ୍ୟରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଲାଗୁ ହେଲେ ଓଡ଼ିଶାର ୩ କୋଟି ୫୨ଲକ୍ଷ ଲୋକ ଏହାର ସଫଳ ପାଇବେ। ରାଜ୍ୟ ଭିତରେ ଓ ବାହାରେ ମିଳିତ ଭାବେ ଚିକିତ୍ସା ସୁବିଧା ମିଳିପାରିବ।
Powered by Froala Editor