ଘିବଲି ଟ୍ରେଣ୍ଡ୍ ପରେ ଚାଟ୍ ଜିପିଟି ସିଇଓଙ୍କ ଅନୁରୋଧ, ଦୟାକରି ଆମ ଟିମକୁ ଆରାମ ଦିଅନ୍ତୁ

ଓପନ AIର ChatGPT ଏକ ନୂଆ ଟୁଲ ଲଞ୍ଚ କରି ଇଣ୍ଟରନେଟ ଦୁନିଆରେ ଝଡ଼ ସୃଷ୍ଟି କରିଛି, ଯାହା ଏବେ କମ୍ପାନୀର ରାତିର ନିଦ ହଜାଇ ଦେଇଛି। ଏହାକୁ ବ୍ୟବହାର କରୁଥିବା ଲୋକଙ୍କର ସଂଖ୍ୟା ଏତେ ବଢ଼ି ଯାଇଛି ଯେ Open AIର ସର୍ଭରରେ ଲୋଡ ବହୁତ ବଢ଼ିଯାଇଛି। ଏପରି ପରିସ୍ଥିତିରେ, କମ୍ପାନୀର ସିଇଓଙ୍କୁ ନିଜେ ଟ୍ୱିଟ୍ କରି ଲୋକଙ୍କୁ ଅନୁରୋଧ କରିବାକୁ ପଡିଛି । ସିଇଓ କହିଛନ୍ତି ଯେ, ଦୟାକରି ଆମ ଟିମକୁ ଆରାମ କରିବାକୁ ଦିଅନ୍ତୁ ।
ତେବେ ଓପନ ଏଆଇର ସିଇଓଙ୍କ ଏହି ଅନୁରୋଧ ଭରା ପୋଷ୍ଟ ପରେ ଆପଣମାନେ ଅନୁମାନ କରନ୍ତୁ ଏବେ ସୋସିଆଲ ମିଡିଆରେ କେମିତି ଘିବଲି ଇମେଜର ଚାହିଦା ରହିଛି ଆଉ ଏହା କେମିତି ଭାଇରାଲ ହେଉଛି । ଯେତେବେଳେ ସାରା ଦୁନିଆର ଲୋକେ ଘିବଲି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି ସେତେବେଳେ ନିଜକୁ ସେହି ଟ୍ରେଣ୍ଡରେ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରାୟ ୧୦ରୁ ଅଧିକ ଘିବଲି ଷ୍ଟାଇଲ ଫଟୋ ମୋଦୀଙ୍କର ଭାଇରାଲ ହେଉଛି । ଚାଟ୍ ଜିପିଟି ଜରିଆରେ କୋଟି କୋଟି ଲୋକ ଏହି ଫଟୋ ଘିବଲି ଫର୍ମାଟରେ କରି ମାଳମାଳ ପୋଷ୍ଟ କରୁଥିବାରୁ ଏବେ ଉକ୍ତ ପ୍ଲାଟଫର୍ମ ମଧ୍ୟ ସ୍ଲୋ ହେଉଛି ।
ChatGPTର ନୂଆ ଇମେଜ୍ ଜେନେରେସନ୍ ଫିଚର୍ ଦ୍ୱାରା ଲୋକଙ୍କ ଏହି ସ୍ୱପ୍ନ ଏବେ ସତ ହୋଇଛି। ଏହା ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ, ଘିବଲି ଷ୍ଟାଇଲର ଫଟୋଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏଥିପାଇଁ ଓପନଏଆଇ ଟିମ ଉପରେ ବହୁତ ଚାପ ପଡୁଛି। କମ୍ପାନୀର ସିଇଓ ସାମ୍ ଅଲ୍ଟମ୍ୟାନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଅପିଲ୍ କରିଛନ୍ତି, ‘ଆପଣମାନେ ଦୟାକରି ଟିକିଏ ଅପେକ୍ଷା କରିପାରିବେ, ଆମ ଦଳର ସଦସ୍ୟମାନେ ଶୋଇବାକୁ ଚାହୁଁଛନ୍ତି।’
Powered by Froala Editor