କଚ୍ଛ କାଠ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ

ଗୁଜରାଟର କଚ୍ଛର ଗାନ୍ଧୀଧାମ ଭାଚୌ ରାଜପଥରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଏକ କାଠ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହାପରେ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଂଚଳକୁ ଖାଲି କରାଯାଇଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ । ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ ।
ସୂଚନା ଅନୁସାରେ ଗାନ୍ଧୀଧାମ ଭାଚାଉ ରାଜପଥର ଏକ ଭାରତ ପେଟ୍ରୋଲିୟମ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ କାଠ ଫର୍ଣ୍ଣିଚର କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଫର୍ଣ୍ଣିଚର କମ୍ପାନୀରେ ବିପୁଳ ପରିମାଣରେ କାଠ ସାମଗ୍ରୀ ଥିବାରୁ ଅଗ୍ନିଶମ କର୍ମଚାରୀମାନଙ୍କୁ ନିଆଁ ଲିଭାଇବାରେ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଖବରପାଇ ଗାନ୍ଧୀଧାମ ପୌରପାଳିକା ସମେତ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି।
Powered by Froala Editor