ମୋନାଲିସାକୁ ଫିଲ୍ମ ଅଫର ଦେଇଥିବା ନିର୍ଦ୍ଦେଶକ ଗିରଫ

‘ମହାକୁମ୍ଭ ୨୦୨୫’ରେ ଭାଇରାଲ ହୋଇଥିବା ମୋନାଲିସାଙ୍କୁ ତାଙ୍କ ଫିଲ୍ମରେ ଏକ ଭୂମିକା ପ୍ରଦାନ କରିଥିବା ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଝାନସୀର ଜଣେ ଯୁବତୀ ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କ ନାଁରେ ତିନି ତିନିଥର ଜୋରଜବରଦସ୍ତ ମହିଳାଙ୍କ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ଗତ ଫେବୃଆରୀ ମାସରେ ସନୋଜ ମିଶ୍ରା ତାଙ୍କୁ ଛାଡି ଦେଇଥିବା ପୀଡ଼ିତା କହିଛନ୍ତି। ଦିଲ୍ଲୀ ହାଇକୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।
୪୫ ବର୍ଷୀୟ ସନୋଜ ମିଶ୍ରଙ୍କ ଉପରେ ଜଣେ ୨୮ ବର୍ଷୀୟ ମହିଳା ଅଭିଯୋଗ ଆଣିଥିଲେ ଯେ, ସନୋଜ ତାଙ୍କୁ ଚାରି ବର୍ଷ ଧରି ବଳାତ୍କାର କରିଥିଲେ। ଜଣେ ଚଳଚ୍ଚିତ୍ର ଅଭିନେତ୍ରୀ ହେବାକୁ ଚାହୁଁଥିବା ମହିଳା ଜଣକ ମୁମ୍ବାଇରେ ସନୋଜଙ୍କ ସହ ଲିଭ-ଇନ ସମ୍ପର୍କରେ ଥିଲେ। ନିର୍ଦ୍ଦେଶକ ତାଙ୍କୁ ତିନିଥର ଗର୍ଭପାତ କରିବାକୁ ମଧ୍ୟ ବାଧ୍ୟ କରିଥିଲେ।
ପୋଲିସକୁ ଦେଇଥିବା ବୟାନରେ ପୀଡିତା କହିଛନ୍ତି, ପ୍ରଥମେ ସନୋଜ ମିଶ୍ର ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ପରେ, ସେ ତାଙ୍କୁ ଚଳଚ୍ଚିତ୍ରରେ କାମ କରିବାର ପ୍ରସ୍ତାବ ଦେଇ ପ୍ରଲୋଭିତ କରିଥିଲେ ଏବଂ ଚୁପ ରହିବାକୁ ଧମକ ଦେଇଥିଲେ। ଏହି ମାମଲାରେ, ନିର୍ଦ୍ଦେଶକଙ୍କ ବିରୋଧରେ ୬ ମାର୍ଚ୍ଚ ୨୦୨୪ରେ ବଳାତ୍କାର, ଆକ୍ରମଣ, ଗର୍ଭପାତ କରିବାକୁ ବାଧ୍ୟ କରିବା ଏବଂ ଧମକ ଦେବା ଭଳି ଅନେକ ଧାରା ଅଧୀନରେ ଏକ ଏଫଆଇଆର ରୁଜୁ କରାଯାଇଥିଲା। ଯେଉଁ ମାମଲାରେ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି।
Powered by Froala Editor