ATMରୁ ଟଙ୍କା ଉଠାଣ ହେବ ମହଙ୍ଗା, ମେ’ରୁ ନୂଆ ଶୁଳ୍କ ଲାଗୁ

ମେ’ରୁ ମହଙ୍ଗା ହେବ ATMରୁ ଟଙ୍କା ଉଠାଣ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ- ଆରବିଆଇ, ଏଟିଏମ୍ ବିନିମୟ ଶୁଳ୍କ ଅର୍ଥାତ୍ ଇଣ୍ଟରଚେଞ୍ଜ୍ ଫି ବୃଦ୍ଧିକୁ ଅନୁମୋଦନ କରିଛି। ରିପୋର୍ଟ ଅନୁଯାୟୀ, ଆର୍ଥିକ କାରବାର ପାଇଁ ଫି ୨ ଟଙ୍କା ଏବଂ ଅଣ ଆର୍ଥିକ କାରବାର ପାଇଁ ୧ଟଙ୍କା ବୃଦ୍ଧି କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ରାଜି ହୋଇଛି। ମେ ୧ରୁ ଏହି ନୂଆ ଶୁଳ୍କ ଲାଗୁ ହେବ।
ଏହି ନିଷ୍ପତ୍ତି ଅନୁସାରେ, ମେ’ ୧ରୁ ନିଜ ଆକାଉଣ୍ଟ ଥିବା ବ୍ୟାଙ୍କର ATM ବ୍ୟତୀତ ଅନ୍ୟ ବ୍ୟାଙ୍କର ATMରୁ ମାସକୁ ୫ ଥରର ଫ୍ରି ଉଠାଣ ସୀମା ବାଦ୍ ପ୍ରତିଥର ଟଙ୍କା ଉଠାଣ ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ଅତିରିକ୍ତ ୨ ଟଙ୍କା ଅର୍ଥାତ୍ ୧୯ ଟଙ୍କା। ପୂର୍ବରୁ ଏହା ୧୭ ଟଙ୍କା ରହିଥିଲା।
ମାର୍ଚ୍ଚ ୧୩ ରେ ପରିବର୍ତ୍ତନ ବିଷୟରେ NPCI ସଦସ୍ୟ ବ୍ୟାଙ୍କମାନଙ୍କୁ ସୂଚନା ଦେଇଥିଲା ଏବଂ ଏହି ନୂତନ ଦେୟ ମେ୧ରୁ କାର୍ଯ୍ୟକାରୀ ହେବ ବୋଲି ସ୍ଥିର ହୋଇଛି।
Powered by Froala Editor