ମୋବାଇଲ ଟାଓ୍ବାରରେ ଲଗିଲା ନିଆଁ
ଭୁବନେଶ୍ଵର: ଭୁବନେଶ୍ଵର ଶ୍ୟାମପୁର ଅଞ୍ଚଳରେ ଥିବା ଏକ ମୋବାଇଲ ଟାଓ୍ବାରରେ ବୁଧବାର ହଠାତ୍ ନିଆଁ ଲାଗିଯାଇଛି। ଏହି ମୋବାଇଲ ଟାଓ୍ବାରଟି ଜିଓ କମ୍ପାନୀର ବୋଲି ଜଣାପଡ଼ିଛି। ପ୍ରାୟ ୫୦ ମିଟର ଉଚ୍ଚତାରେ ଥିବା ୯ଟି ମୋବାଇଲ ବକ୍ସ ହଠାତ୍ ହୁ ହୁ ହୋଇ ଜଳୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଟାଓ୍ବାର ଉପରେ ଏକ ଚିଲ ବସା କରିଥିଲା। କୌଣସି କାରଣରୁ ସିଗ୍ନାଲ୍ ରିସିଭର ବକ୍ସରେ ସର୍ଟ ସର୍କିଟ୍ ହୋଇ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ସେଥିରେ ୩ଟି ୫ଜି ରିସିଭର ବକ୍ସ ଏବଂ ୬ଟି ୪ଜି ବକ୍ସ କ୍ଷତିଗ୍ରସ୍ତ ହୋଇଛି।
Powered by Froala Editor