ଏକଛତ୍ରବାଦ ଶାସନ ଚାଲିଛି: ନରସିଂହ ମିଶ୍ର
ଭୁବନେଶ୍ଵର: କଂଗ୍ରେସ ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନାଙ୍କୁ ନିଲମ୍ବନ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ଉଭୟଙ୍କୁ ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରିଛନ୍ତି। ତେବେ ଏ ନେଇ କଂଗ୍ରେସ ପକ୍ଷରୁ ପ୍ରେସମିଟ୍ କରାଯାଇଛି। ନିଲମ୍ବନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନଥିବା ସେ ଅଭିଯୋଗ କରିଛନ୍ତି। ବିଧାୟକଙ୍କୁ ଭେଟିବାକୁ ବିଧାନସଭା ପରିସରକୁ ଆମକୁ ଛଡା ଗଲାନି। ଆଇନ୍ ଅନୁସାରେ ଆମେ ପୂର୍ବତନ ସଦସ୍ୟ ହିସାବରେ ବିଧାନସଭା ପରିସରକୁ ଯାଇପାରିବୁ। କିନ୍ତୁ ବାଚସ୍ପତିଙ୍କ ବିନା ଅନୁମତିରେ ପୁଲିସ ପରିସରକୁ ଯାଇପାରିବନି। ବାଚସ୍ପତିଙ୍କ ଏଭଳି କୌଣସି ନିର୍ଦେଶ ନଥିବା ମଧ୍ୟ ପୁଲିସ୍ କହିଥିଲେ। ପୁଲିସ୍ ଲଗାଇ ମାଡ ମରାଗଲା ଏବଂ ଉଠାଇ ନିଆଗଲା। ଯାହା ଜଣାପଡୁଛି ବିଧାନସଭା ଉପରେ ବାଚସ୍ପତିଙ୍କ ନିୟନ୍ତ୍ରଣ ନାହିଁ। ଏକଛତ୍ରବାଦ ଶାସନ ଚାଲିଛି, କଂଗ୍ରେସ ଏହାକୁ ଦୃଢ ନିନ୍ଦା କରୁଛି। ଏହା ଗଣତନ୍ତ୍ରର ହତ୍ୟା , ତେଣୁ ଉଚିତ୍ ଜବାବ୍ ଦିଆଯିବ।
Powered by Froala Editor