କୋଇଲା ବୋଝେଇ ଟ୍ରେନ୍ରେ ନିଆଁ
ଜଳେଶ୍ୱର: ଅମର୍ଦ୍ଦା ଷ୍ଟେସନରେ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି। ଏହି କୋଇଲା ବେଝେଇ ଟ୍ରେନ୍ ଖଡ଼ଗପୁର ଅଭିମୁଖେ ଯାଉଥିଲା। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି, ତେବେ କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ। ଖବର ପାଇ ରେଲୱେ ପୁଲିସ, ବରିଷ୍ଠ ରେଳ ଅଧିକାରୀ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
Powered by Froala Editor