୬ ବର୍ଷର ଝିଅ ଦେଇଥିଲା ହତ୍ୟା ସୁରାକ : ‘ପାପା ଡ୍ରମ୍ରେ ଅଛନ୍ତି’

ମର୍ଚାଣ୍ଟ୍ ନାଭି ଅଫିସର ସୌରଭ ରାଜପୁତଙ୍କ ହତ୍ୟା ଏବେ ପୂରା ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। ନାଭି ଅଫିସର ସୌରଭ ରାଜପୁତଙ୍କ ୬ ବର୍ଷର ଝିଅର ହୃଦୟ ବିଦାରକ ବୟାନ ଏବେ ଚର୍ଚ୍ଚାର କାରଣ ହୋଇଛି। ପଡୋଶୀଙ୍କୁ ଝିଅ କହିଥିଲା- ଡ୍ରମ ଭିତରେ ବାପା ଅଛନ୍ତି। ଅର୍ଥାତ ଝିଅ ଯେ ବାପାଙ୍କୁ ହତ୍ୟାର ପ୍ରତ୍ୟକ୍ଷଦର୍ଶୀ ଥିଲା ତାହା ପ୍ରତୀୟମାନ ହୋଇଛି।ଝିଅର ଷଷ୍ଠ ଜନ୍ମଦିନ ପାଳନ କରିବା ପାଇଁ ଲଣ୍ଡନରୁ ଆସିଥିବା ସୌରଭଙ୍କୁ ପତ୍ନୀ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳା ଛୁରୀ ଭୁସି ହତ୍ୟା କରିବା ପରେ ୧୫ ଖଣ୍ଡ କରି ଡ୍ରମ ଭିତରେ ସିଲ୍ କରିଦେଇଥିଲେ। ତେବେ ଡ୍ରମ ଭିତରେ ବାପା ରହିଛନ୍ତି ବୋଲି ସୌରଭଙ୍କ ଝିଅ କହିଥିଲେ ବୋଲି ସୂଚନା ଦେଇଛନ୍ତି ସୌରଭଙ୍କ ମା ରେଣୁ ଦେବୀ।
ତେବେ ଜାଣିବାକୁ ମିଳିଛି ଯେ ନାଭି ଅଫିସର୍ଙ୍କ ଝିଅ ପାଇଁ ହିଁ ଏହି ହତ୍ୟା ସଂପର୍କରେ ଜାଣିବାକୁ ମିଳିଥିଲା। ସେ ପଡ଼ୋଶୀମାନଙ୍କୁ ବାରମ୍ବାର କହୁଥିଲେ, "ପାପା ଡ୍ରମ୍ରେ ଅଛନ୍ତି’’। ଏକଥା ସୌରଭଙ୍କ ମାଆ ରେଣୁ ଦେବୀ କହିଛନ୍ତି।
ସୌରଭଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ମାମଲା ଦାୟର କରି ତଦନ୍ତ କରୁଛି। ୨୦୧୬ରେ ବ୍ରହ୍ମପୁରୀ ଇନ୍ଦ୍ରନଗରୀ ବାସିନ୍ଦା ସୌରଭଙ୍କ ସହ ଗୁରିପୁରାର ମୁସ୍କାନ ରାସ୍ତୋଗୀଙ୍କ ସହ ପ୍ରେମ ବିବାହ ହୋଇଥିଲା।
Powered by Froala Editor