‘ସିକନ୍ଦର ନାଚେ’ ରିଲିଜ୍

ଅଭିନେତା ସଲମାନ ଖାନ୍ଙ୍କ ଆଗାମୀ ଫିଲ୍ମ ‘ସିକନ୍ଦର’ର ଆଉ ଏକ ଗୀତ ‘ସିକନ୍ଦର ନାଚେ’କୁ ମଙ୍ଗଳବାର ରିଲିଜ୍ କରାଯାଇଛି। ସୋମବାର ଏହାର ଟିଜରକୁ ଜାରି କରାଯାଇଥିଲା। ଏହି ଗୀତ ରିଲିଜ୍ ହେବା ପରେ ଏହାର କ୍ରେଜ୍ ସଲମାନଙ୍କ ପ୍ରଶଂସକଙ୍କ ମଧ୍ୟରେ ଦେଖିବାକୁ ମିଳିଛି।
ଏହି ଟ୍ରାକ୍ରେ ସଲମାନ ଖାନ ତାଙ୍କ ସିଗ୍ନେଚର୍ ଷ୍ଟାଇଲ୍ ଏବଂ ଦମଦାର ଡ୍ୟାନ୍ସ ମୁଭ୍ସ ସହିତ ପୂରା ସ୍କ୍ରିନ୍ରେ ଛାଇ ଯାଇଛନ୍ତି। ସେହିପରି ସାଉଥ୍ ସୁନ୍ଦରୀ ରଶ୍ମିକା ମନ୍ଦାନା ପ୍ରତ୍ୟେକ ଫ୍ରେମ୍ରେ ନିଜର ଗ୍ରେସ୍ ଏବଂ ଏନର୍ଜୀ ସହିତ ଧମାଲ କରୁଛନ୍ତି। ଗୀତର ଉଭୟ ଭିଜୁଆଲ୍ ଏବଂ ମ୍ୟୁଜିକାଲ୍ ଟ୍ରିଟ୍ ପ୍ରଶଂସକଙ୍କୁ ସମ୍ପୂର୍ଣ୍ଣ ମନୋରଞ୍ଜନ ଯୋଗାଉଛି।
ଏହାସହ ତାଙ୍କୁ ଏହି ଗୀତରେ ପାଲେଷ୍ଟାଇନ, ଜୋର୍ଡାନ, ସିରିଆ ଏବଂ ଲେବାନନ୍ ଆଦି ଦେଶର ଲୋକପ୍ରିୟ ପାରମ୍ପରିକ ନୃତ୍ୟ ଡବ୍କେ ଡ୍ୟାନ୍ସ ଷ୍ଟେପ୍ ସହ ନାଚୁଥିବାର ମଧ୍ୟ ଦେଖିବାକୁ ମିଳିଛି। ଏହି ଗୀତର ଗ୍ରାଣ୍ଡ ସେଟ୍ଅପ୍ ଦର୍ଶକଙ୍କୁ ପସନ୍ଦ ଆସିଛି। ତୁର୍କୀ ନୃତ୍ୟଶିଳ୍ପୀଙ୍କ ସ୍ପର୍ଶ ସହିତ ଅହମ୍ମଦ ଖାନଙ୍କ କୋରିଓଗ୍ରାଫି ଏହି ଏନର୍ଜେଟିକ୍ ଟ୍ରାକ୍କୁ ଆହୁରି ଆଶ୍ଚର୍ଯ୍ୟଜନକ କରିଦେଇଇଛି। ଗୀତରେ ସଲମାନଙ୍କ ସହ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ କେମେଷ୍ଟ୍ରିକୁ ସିନେପ୍ରେମୀ ପସନ୍ଦ କରିଛନ୍ତି।
Powered by Froala Editor