ତୃତୀୟ ସନ୍ତାନ ଜନ୍ମ କର: ପୁଅ ହେଲେ ଗାଇ, ଝିଅ ହେଲେ ମିଳିବ ୫୦ ହଜାର

ଆନ୍ଧ୍ରପ୍ରଦେଶର ଲୋକସଭା ସାଂସଦ କାଲିସେଟ୍ଟି ଆପାଲା ନାଇଡୁ ଦୁଇରୁ ଅଧିକ ଛୁଆ ଜନ୍ମ କରିବାକୁ ଲୋକଙ୍କୁ କହିଛନ୍ତି। ଏପରିକି ତୃତୀୟ ସନ୍ତାନ ଝିଅ ଜନ୍ମ ହେଲେ ନଗଦ ୫୦ ହଜାର ଟଙ୍କା ଦେବାକୁ ସେ ଘୋଷଣା କରିଛନ୍ତି। ଖାଲି ସେତିକି ନୁହେଁ ପୁଅ ହେଲେ ଗାଇ ଓ ବାଛୁରୀ ଦେବାକୁ ଘୋଷଣା କରିଛନ୍ତି ସାଂସଦ।
ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନେକ ଟିଡିପି ନେତା ଯୁବ ଜନସଂଖ୍ୟା ହ୍ରାସ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ତେଣୁ ଏହାକୁ ବୃଦ୍ଧି କରିବାକୁ ଜୋର ଦେଉଛନ୍ତି। ସାଂସଦ ଆପଲା ନାଇଡୁଙ୍କ ଏହି ପଦକ୍ଷେପକୁ ଏହି ଦିଗରେ ଏକ ପ୍ରୟାସ ବୋଲି କୁହାଯାଉଛି।
ଭାରତରେ ଇନ୍ଦିରା ଗାନ୍ଧିଙ୍କ ଶାସନ କାଳରେ ଦିଆଯାଇଥିଲା ଆମେ ଦୁଇ ଆମର ଦୁଇ ନାରା। ଏହାର ଉଦ୍ଧେଶ୍ୟ ଥିଲା ଜନସଂଖ୍ୟା ନିୟନ୍ତ୍ରଣ। କିନ୍ତୁ ଆଜି ଜନିସଂଖ୍ୟା ବୃଦ୍ଧି ପାଇଁ ନାଇଡୁ କରିଛନ୍ତି ବଡ଼ ଅପିଲ୍। ନିଜ ଅଞ୍ଚଳରେ ମା’ ମାନଙ୍କୁ ଛୁଆ ଜନ୍ମ କରିବା ପାଇଁ ଟିଡିପି ସାଂସଦ ଦେଇଛନ୍ତି ଲୋଭନୀୟ ଅଫର୍। ଗତ କିଛି ଦିନ ହେବ ଜନସଂଖ୍ୟା ବୃଦ୍ଧି ଉପରେ ଜୋର ଦିଆଯାଉଛି। ବିଶେଷ କରି ଦକ୍ଷିଣ ଭାରତରେ ଅଧିକ ଛୁଆ ଜନ୍ମ କରିବାକୁ କରାଯାଉଛି ଅପିଲ।
Powered by Froala Editor