ଗୁହାଳରେ ପଶି ଗାଈକୁ ମାରି ଖାଇଲା ବାଘ

ନୂଆପଡ଼ା: ନୂଆପଡ଼ାରେ ଏକ କଲରାପତରିଆ ବାଘ ଗୁହାଳରେ ପଶି ଗୋଟିଏ ଗାଈକୁ ମାରି ଖାଇଥିବା ସୂଚନା ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଲୋକେ ଭୟଭୀତ ନ ହେବା ସହିତ ସତର୍କ ରହିବାକୁ ବନ ବିଭାଗ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି।
ନୂଆପଡ଼ା ଜିଲା ବୋଡେନ ଝରଣା ମାଲଗାଁରେ ଗୋଟିଏ ଗାଈକୁ ମାରି ବାଘ ଖାଇଥିବା ସୂଚନା ମିଳିଛି। କଲରାପତରିଆ ବାଘ ଗୁହାଳରେ ପଶି ଗାଈକୁ ମାରି ଖାଇଥିବା ଜଣାପଡ଼ିଛି। ଗୁହାଳ ଭିତରେ ପଶି ଗାଈକୁ ମାରି ବାଘ ଖାଇଥିବା ଖବର ପ୍ରଚାରିତ ହେବା ପରେ ଗାଁରେ ଆତଙ୍କ ଖେଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ ଲୋକଙ୍କୁ ସତର୍କ କରିଛି ଏବଂ ବାଘର ଗତିବିଧି ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିଛି।
ଅପରପକ୍ଷରେ କଲରାପତରିଆ ବାଘକୁ ଧରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବନ ବିଭାଗକୁ ନିବେଦନ କରାଯାଇଛି। ତେବେ ଏହି କଲରାପତରିଆ ବାଘକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ଜଣାପଡ଼ିଛି।
Powered by Froala Editor