କେନ୍ଦ୍ରମନ୍ତ୍ରୀ ରକ୍ଷା ଖଡ଼ସେଙ୍କ ଝିଅଙ୍କୁ ରାସ୍ତାରେ ଅସଦାଚରଣ

ମହାରାଷ୍ଟ୍ରରେ ଜଲଗଁାଓସ୍ଥିତ ମୁକ୍ତାଇନଗରଠାରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଝିଅକୁ ରାସ୍ତାରେ ଅସଦାଚରଣ କରାଯାଇଛି। ସନ୍ଥ ମୁକ୍ତାଇ ଯାତ୍ରା ସମୟରେ କେନ୍ଦ୍ରମନ୍ତ୍ରୀ ରକ୍ଷା ଖଡ଼ସେଙ୍କ ଝିଅ ଏବଂ ତାଙ୍କ କିଛି ସାଙ୍ଗକୁ କେତେଜଣ ଯୁବକ ରାସ୍ତାରେ ଅଟକାଇ ଅସଦାଚରଣ କରିଛନ୍ତି। ଏପରିକି ପୀଡ଼ିତାମାନଙ୍କ ସାଥୀରେ ଥିବା ସୁରକ୍ଷାକର୍ମୀଙ୍କୁ ବି ଅଭିଯୁକ୍ତମାନେ ଠେଲାପେଲା କରିଛନ୍ତି। ଏନେଇ ରବିବାର ରକ୍ଷା ମୁକ୍ତାଇନଗର ଥାନାରେ ଅଭିଯୋଗ କରିଛନ୍ତି। ରକ୍ଷାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିବା ସହ ଜଣଙ୍କୁ ଗିରଫ କରିଛି।
ଅନ୍ୟପଟେ ଅଭିଯୁକ୍ତମାନଙ୍କର ଅପରାଧିକ ଏବଂ ରାଜନୈତିକ ପୃଷ୍ଠଭୂମି ରହିଥିବା ଜଣାପଡ଼ିଛି। ସେମାନେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ବିଧାୟକ ଚନ୍ଦ୍ରକାନ୍ତ ପାଟିଲଙ୍କ କାର୍ଯ୍ୟକର୍ତ୍ତା ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କହିଛନ୍ତି, ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଏହି ଘଟଣାରେ ଏକ ସ୍ବତନ୍ତ୍ର ଦଳର କାର୍ଯ୍ୟକର୍ତ୍ତା ସାମିଲ ଅଛନ୍ତି। ପୁଲିସ ମାମଲା ରୁଜୁ କରିଛି।
Powered by Froala Editor