ଭୁଲ୍ ମାଗିଲେ ରଣବୀର, କହିଲେ ଏମିତି କହିବାର ନଥିଲା

ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ଅଶ୍ଳୀଳ ପ୍ରଶ୍ନକୁ ନେଇ ବିବାଦ ଏତେ ବଢିଯାଇଛି ଯେ ପୋଲିସଠାରୁ ମାମଲା କୋର୍ଟରେ ପହଞ୍ଚିଲାଣି। ତେବେ ରଣବୀର ଆହ୍ଲାବାଦିଆ ମହାରାଷ୍ଟ୍ର ସାଇବର ଅଧିକାରୀଙ୍କ ସାମ୍ନାରେ ତାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି। ତଦନ୍ତ ଅଧିକାରୀଙ୍କ ଆଗରେ ସେ ନିଜର ଭୁଲ ସ୍ୱୀକାର କରିଛନ୍ତି।
ସୂଚନାନୁସାରେ, ବିୟର୍ବାଇସେପ୍ସ ନାଁରେ ଜଣାଶୁଣା ରଣବୀର, ସମୟ ରାଇନାଙ୍କ ଶୋ' ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'ର ଏକ ଏପିସୋଡ୍ରେ ଜଣେ ପ୍ରତିଯୋଗୀଙ୍କୁ ବାପାମାଆଙ୍କୁ ନେଇ ଏକ ଅଶ୍ଳୀଳ ପ୍ରଶ୍ନ ପଚାରିଥିଲେ। ଏହା ପରେ ଏହି ବିବାଦ ଉପୁଜିଥିଲା । ତାଙ୍କୁ ସାଧାରଣ ଲୋକଙ୍କ ଠାରୁ ରାଜନେତାଙ୍କ ପର୍ଯ୍ୟନ୍ତ ଅନ୍ଲାଇନ୍ ଟ୍ରୋଲିଂ ଏବଂ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା।
ତେବେ ରଣବୀର ଆହ୍ଲାବାଦିଆ ତାଙ୍କ ବିବୃତ୍ତିରେ ନିଜର ଭୁଲକୁ ସ୍ୱୀକାର କରି କହିଛନ୍ତି ଯେ ସମୟ ରାଇନା ତାଙ୍କର ବନ୍ଧୁ ହୋଇଥିବାରୁ ସେ ୟୁଟ୍ୟୁବ୍ ଶୋ’କୁ ଯାଇଥିଲେ। ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଯେଉଁ ଲାଇନ୍କୁ ନେଇ ବିବାଦ ଦେଖାଦେଇଛି ତାହା କହିବା ତାଙ୍କର ଭୁଲ ଥିଲା। ତେବେ ଏହି ଶୋ’ରେ ଅଂଶ ଗ୍ରହଣ କରିବା ନେଇ ସେ କୌଣସି ଟଙ୍କା ନେଉ ନଥିଲେ ବୋଲି ରଣବୀର ଦାବି କରିଛନ୍ତି।
Powered by Froala Editor