ସର୍ଟ ସର୍କିଟ ଯୋଗୁଁ ଲଗିଲା ନିଆଁ, ଆସବାବପତ୍ର ଜଳି ପୋଡି ପାଉଁଶ

ଲଡୁଗାଁ: ନୟାଗଡ ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରଣସାଇ ପାତ୍ରଙ୍କ ଘରେ ଭଡା ରେ ରହୁଥିବା ଶିକ୍ଷକ ଆଲୋକ କୁମାର ମହାଳିକଙ୍କ ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଘରେ ଥିବା ଟିଭି, ଫ୍ରିଜ, ଆଲମୀରା ସମେତ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇଯାଇଛି। ଶିକ୍ଷକଙ୍କ ପତ୍ନୀ ଏବଂ ତାଙ୍କର ୪ ବର୍ଷର ଶିଶୁ କନ୍ୟା ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିବା ପରେ କୋକସରା ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡରେ ଶିକ୍ଷକଙ୍କ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସେ ଅଭିଯୋଗ କରିଛନ୍ତି।
Powered by Froala Editor