ବ୍ୟାଙ୍କରୁ ଡକାୟତି ଉଦ୍ୟମ ପଣ୍ଡ
ଭବାନୀପାଟଣା: କଳାହାଣ୍ଡି କେସିଙ୍ଗା ଥାନା ଅନ୍ତର୍ଗତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ (ଏସବିଆଇ)ର ଉତ୍କେଲା ଶାଖାରେ ଡକାୟତି ଉଦ୍ୟମ ହୋଇଛି। ତେବେ ଗ୍ରାହକଙ୍କ ସମ୍ପତ୍ତି ସୁରକ୍ଷିତ ଥିବା ଜଣାପଡ଼ିଛି। କର୍ମଚାରୀମାନେ ଆଜି ବ୍ୟାଙ୍କ୍ ଖୋଲିବା ପରେ ଝରକା କଟା ଯାଇଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ଉତ୍କେଳା ଫାଣ୍ଡି, କେସିଙ୍ଗା ଥାନା ପୁଲିସ ସମେତ ସନ୍ଧାନୀ କୁକୁର ଏବଂ ବିଶେଷଜ୍ଞ ଦଳ ଘଟଣାର ତଦନ୍ତ କରୁଛନ୍ତି। ଡକାୟତମାନେ ସମ୍ଭବତଃ ଶନିବାର ରାତିରେ ଡକାୟତି ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ ପୂର୍ବରୁ ଦୁଇଥର ଏହି ଶାଖାରୁ ଡକାୟତି ଉଦ୍ୟମ କରାଯାଇଥିଲା। ତେବେ ସେତେବେଳେ ମଧ୍ୟ ସେମାନେ କିଛି ନେଇ ପାରି ନଥିଲେ।
Powered by Froala Editor