କାଠ ବୋଝେଇ ଟ୍ରକକୁ ଜବତ, ଜଣେ ଗିରଫ

ଢେଙ୍କାନାଳ: କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ରେଙ୍ଗାଳୀ ବାମ ପାର୍ଶ୍ୱ କେନାଲ ନିକଟରୁ ଗୋଟିଏ କାଠ ବୋଝେଇ ଟ୍ରକକୁ ଜବତ କରିଛି ବନ ବିଭାଗ। ଏଥିସହିତ ଟ୍ରକ ଡ୍ରାଇଭର ଶାନ୍ତନୁ କୁମାର ମହାନ୍ତିକୁ ଗିରଫ କରାଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ। ଟ୍ରକରେ ଶିରିସା, ଚାକୁଣ୍ଡା ଓ ମାହାଳ କାଠ ଲୋଡ଼ ହୋଇଥିଲା। ଟ୍ରକଟି ପରଜଙ୍ଗ ରୋଡ଼ ଗଇଲୋ ଗାଁରୁ କାଠ ନେଇ ବାହାରକୁ ଚାଲାଣ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ମୁକ୍ତାପଶି ଫରେଷ୍ଟର ଟ୍ରକଟିକୁ ଧରିବାରେ ସଫଳ ହୋଇଥିଲେ।
Powered by Froala Editor