ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲିଙ୍କ କାର ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଭାରତର ପୂର୍ବତନ ଅଧିନାୟକ । ପଶ୍ଚିମବଙ୍ଗ ଦୁର୍ଗାପୁର ଏକ୍ସପ୍ରେସୱେ’ରେ ତାଙ୍କ କାର ଦୁର୍ଘଟଣାର ଶିକାର ହୋଇଛି । ତେବେ ଗାଙ୍ଗୁଲିଙ୍କୁ କୌଣସି ପ୍ରକାରର କ୍ଷତି ହୋଇନାହିଁ । ଏକ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ବର୍ଦ୍ଧମାନ ଯାଉଥିଲେ ଦାଦା । ତେବେ ଦୁର୍ଗାପୁର ଏକ୍ସପ୍ରେସୱେ’ର ଦନ୍ତନପୁର ନିକଟରେ ହଠାତ ଏକ ଟ୍ରକ ତାଙ୍କ ଗାଡ଼ି ଆଗକୁ ଚାଲିଆସିଥିଲା । ଗାଙ୍ଗୁଲିଙ୍କ ଗାଡ଼ିର ଡ୍ରାଇଭର ବ୍ରେକ୍ ମାରିବାରୁ ପଛରେ ଥିବା କାର୍ ପରସ୍ପରକୁ ଧକ୍କା ଦେଇଥିଲା । ଯେଉଁଥିରେ ଗାଙ୍ଗୁଲିଙ୍କ କାର୍ ମଧ୍ୟ ଧକ୍କା ହୋଇଥିଲା । ଗାଙ୍ଗୁଲି କିମ୍ବା ତାଙ୍କ ସହିତ ଯାଉଥିବା କାହାରିକୁ କୌଣସି କ୍ଷତି ହୋଇନାହିଁ । କିନ୍ତୁ ସାମାନ୍ୟ ଦୁର୍ଘଟଣା ପାଇଁ ତାଙ୍କୁ କିଛି ସମୟ ରହିବାକୁ ପଡ଼ିଥିଲା । ଏହାପରେ ବର୍ଦ୍ଧମାନ ବିଶ୍ବବିଦ୍ୟାଳୟର କାର୍ୟ୍ୟକ୍ରମରେ ଯୋଗଦେବାକୁ ଚାଲିଯାଇଥିଲେ ।
Powered by Froala Editor