ବାଲିଯାତ୍ରାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା !

ଭୁବନେଶ୍ୱର: କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ନେଇ ଆଶା ରହିଛି । ଶୁକ୍ରବାର ଗୃହରେ ବାଲିଯାତ୍ରା ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାବେଳେ ଏହା କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ମାନ୍ୟତା ଦେବା ୟୁନେସ୍କୋର କାମ । ଏନେଇ ବିଶେଷଜ୍ଞ ଟିମ ୟୁନେସ୍କୋ ସହ ଯୋଗାଯୋଗରେ ଅଛନ୍ତି । ଆଗକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବା ନେଇ ଆଶା ରଖାଯାଇଛି ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି । ଅନ୍ୟପକ୍ଷରେ ତାରକସି ଜାତୀୟ ମାନ୍ୟତା ଦେବାକୁ ବାଙ୍କୀ ବିଧାୟକ ଦାବି କରିଛନ୍ତି ।
Powered by Froala Editor