ଓଟିଟି ପ୍ଲାଟ୍ଫର୍ମ ପାଇଁ ନୂଆ ଆଡଭାଇଜରି

ସୋସିଆଲ ମିଡିଆରେ ଅଶ୍ଳୀଳ କମେଡିକୁ ନେଇ ବିବାଦ ମଧ୍ୟରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ (MIB) OTT ପ୍ଲାଟଫର୍ମଗୁଡ଼ିକୁ ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଆଇନ ଦ୍ୱାରା ନିଷିଦ୍ଧ ହୋଇଥିବା ବିଷୟବସ୍ତୁ ପ୍ରସାରଣ ନ କରିବା ପାଇଁ ଉକ୍ତ ପ୍ଲାଟ୍ଫର୍ମଗୁଡ଼ିକୁ ଚେତାବନୀ ଦିଆଯାଇଛି। ଓଟିଟି ପ୍ଲାଟ୍ଫର୍ମ ଏବଂ ସ୍ବନିୟନ୍ତ୍ରିତ ସଂସ୍ଥାକୁ ଆଡଭାଇଜରି ଜାରି କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସେମାନଙ୍କୁ ଆଇଟି ରୁଲ୍ସ-୨୦୨୧ର ନୀତିନିୟମକୁ କଡ଼ାକଡ଼ି ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମାବଳୀର ଉଲ୍ଲଂଘନ ହେଲେ ଓଟିଟି ପ୍ଲାଟ୍ଫର୍ମର ସ୍ବନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସକ୍ରିୟତାର ସହ ନେବା ପାଇଁ କୁହାଯାଇଛି।
ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟ୍ଫର୍ମରେ କେତେଜଣ ପ୍ରକାଶକ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ସାଂସଦ, ବୈଧାନିକ ସଂଗଠନ ଏବଂ ସାଧାରଣରେ ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରାଯାଇଥିବା ମନ୍ତ୍ରଣାଳୟ କହିଛି।
ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରାଯାଇଥିବା ମନ୍ତ୍ରଣାଳୟ କହିଛି।
Powered by Froala Editor