ଯୁବତୀଙ୍କ ରିଲ୍ସ ନିଶା, ଚଳନ୍ତା ଟ୍ରେନ୍ରେ ଝୁମିଲେ
ବେଳେବେଳେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଦେଖାଯାଇଥାଏ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ନିକଟରେ ଜଣେ ଯୁବତୀଙ୍କ ଚଳନ୍ତା ଟ୍ରେନ୍ରେ ରିଲ୍ସ କରୁଥିବା ଭିିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠୁଛି ।
ଜଣେ ଝିଅ ରିଲ୍ ତିଆରି କରିବା ପାଇଁ ଟ୍ରେନର ଫାଟକରେ ଝୁଲି ନିଜ ଜୀବନକୁ ବାଜି ଲଗାଇଥିବାର ଦେଖାଯାଉଛି । ଭିଡିଓରେ ଝିଅଟିର ଏହି କାର୍ଯ୍ୟ ଦେଖି କିଛି ୟୁଜର୍ସ ମଜା ନେଉଥିବା ବେଳେ କିଛି କ୍ରୋଧିତ ହେଉଥିବା ଦେଖାଯାଇଛି ।
ଭିଡିଓରେ ଦେଖିପାରିବେ, ଚଳନ୍ତା ଟ୍ରେନ୍ରେ ଜଣେ ଯୁବତୀ ଟ୍ରେନ୍ରେ ଝୁଲି ରହି ରିଲ୍ସ କରୁଛନ୍ତି । ଯୁବତୀ ଜଣକ ଅନ୍ୟ ଜଣଙ୍କ ହାତ ଧରି ଚଳନ୍ତା ଟ୍ରେନ୍ରେ ରିଲ୍ସ କରୁଛନ୍ତି । ଭିଡିଓକୁ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଭିଡିଓ ପୋଷ୍ଟ କରିବା ସମୟରେ କ୍ୟାପସନରେ ଲେଖାଯାଇଛି, ‘ତୁମେମାନେ ମୋ ବିଷୟରେ ଏତେ ଚିନ୍ତିତ।’ ଦୁଃଖିତ, ଏହା ଆଉ କେବେ ହେବ ନାହିଁ।’ ବର୍ତ୍ତମାନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Powered by Froala Editor