୫୦୦ ଟଙ୍କାରେ ମହାକୁମ୍ଭ ବୁଡ଼ !

ପ୍ରୟାଗରାଜ ମହାକୁମ୍ଭରେ ଏଯାବତ ୫୦କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇ ଥିବା ବେଳେ ଆଉ କିଛିଲୋକ ପ୍ରବଳ ଭିଡ଼ ହେତୁ ମହାକୁମ୍ଭରେ ପହଞ୍ଚି ପାରୁ ନାହାନ୍ତି। ରାସ୍ତାରେ ସେମାନଙ୍କୁ ଟ୍ରାଫିକ ଜାମ ହେତୁ ନାହିଁ ନଥିବାର ଭିଡ଼ର ସମ୍ମୁଖୀନ ହେବାକୁ ପଡ଼ୁଛି। ଯେଉଁ କାରଣରୁ ଉକ୍ତ ଶ୍ରଦ୍ଧାଳୁମାନେ ଏଯାବତ ସଙ୍ଗମରେ ସ୍ନାନ କରି ପାରି ନାହାନ୍ତି।
ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ଦାବି କରାଯାଇଛି କି, ‘ଯେଉଁଲୋକମାନେ ପ୍ରୟାଗରାଜରେ ପହଞ୍ଚି ପାରି ନାହାନ୍ତି ବା ପାରୁ ନାହାନ୍ତି ସେମାନେ ଡିଜିଟାଲ ଗଙ୍ଗା ସ୍ନାନ କରି ପାରିବେ। ଏଥିପାଇଁ ଆପଣ ନିଜର ଏକ ସୁନ୍ଦର ଫଟୋ ହ୍ୱାଟ୍ସଆପରେ ପଠାଇଲେ, ଏହାକୁ ପ୍ରୟାଗରାଜ କୁମ୍ଭ ମେଳାର ତ୍ରିବେଣୀ ସଙ୍ଗମରେ ବୁଡ଼ା ଯାଇ ପବିତ୍ର ବୁଡ଼ ପକାଯିବ। ଯେଉଁଥିରେ ଆପଣଙ୍କୁ ପୁଣ୍ୟ ପ୍ରାପ୍ତ ହେବ, ଏଭଳି ଏକ ବିଜ୍ଞାପନ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ୫୦୦ ଟଙ୍କାର ଶୁଳ୍କ ମଧ୍ୟ ରଖାଯାଇଛି। ଏହି ବିଷୟରେ ସୋସିଆଲ ମିଡିଆରେ ଖୁବ ଯୁକ୍ତିତର୍କ ହେଉଛି।
ଏହି ପୋଷ୍ଟରରେ ଦିଆଯାଇଥିବା ନମ୍ବରରେ କିଛି ଗଣମାଧ୍ୟମ ପ୍ରତିନିଧି ଯେତେବେଳେ ଯୋଗୋଯୋଗ କରିବାକୁ ଚେଷ୍ଟା କରିଥିଲେ କୌଣସି ପ୍ରକାର ଉତ୍ତର ମିଳି ନଥିଲା। ତେଣୁ ଲୋକଙ୍କୁ ଏପୋଷ୍ଟର ପ୍ରତି ସଚେତନ କରାଇ ଜାଗୃଦ କରାଯାଇଛି କି , ‘ଅନଲାଇନରେ ଆସୁଥିବା ଏଭଳି ପୋଷ୍ଟ ଉପରେ ବିଶ୍ବାସ କରନ୍ତୁ ନାହିଁ।
Powered by Froala Editor