ୟୁଟ୍ୟୁବ ଚ୍ୟାନେଲରେ ମାଟରନିଟି ହସ୍ପିଟାଲର ପ୍ରାଇଭେଟ ଭିଡିଓ ଭାଇରାଲ

ଗୁଜୁରାଟ ରାଜକୋଟ ଅଞ୍ଚଳର ଏକ ହସ୍ପିଟାଲରୁ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ରୋଗୀଙ୍କର ପ୍ରାଇଭେଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଉତ୍ତେଜନା ମଧ୍ୟ ଦେଖାଯାଇଛି ।
ରାଜକୋଟସ୍ଥିତ ଏକ ପ୍ରାଇଭେଟ ମାଟରନିଟି ହସ୍ପିଟାଲର ଅନେକଗୁଡିକ ସିସିଟିଭି ଫୁଟେଜ ଲିକ୍ ହୋଇଛି, ଯେଉଁଥିରେ ମହିଳାମାନଙ୍କୁ ଡାକ୍ତର ଚିକିତ୍ସା କରିବା ଓ ନର୍ସ ଇଞ୍ଜେକ୍ସନ ଦେଉଥିବା ସମୟର ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳୁଛି । 'Megha MBBS' ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ସହ ଟେଲିଗ୍ରାମରେ ଭିଡିଓଗୁଡିକ ଅପଲୋଡ୍ କରାଯାଇଛି । ଅନେକ ଦିନ ହେଲା ଏହା ଅପଲୋଡ ହୋଇଥିବାବେଳେ ୫ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଛି ।
ଏନେଇ ହସ୍ପିଟାଲ ଡାଇରେକ୍ଟରଙ୍କୁ ପଚରାଯିବାରୁ ସିସିଟିଭି ସର୍ଭର ହ୍ୟାକ୍ କରାଯାଇଥିବା ସେ ଦାବି କରିଛନ୍ତି । ସମ୍ପୃକ୍ତ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତର ଅମିତ୍ ଆକବରୀ କହିଛନ୍ତି, ''ହସ୍ପିଟାଲର ଭିଡିଓ କେମିତି ଭାଇରାଲ ହେଲା ଆମେ ଜାଣିନୁ । ଆମ ସିସିଟିଭି ସର୍ଭର ହ୍ୟାକ୍ ହେବା ଭଳି ଲାଗୁଛି । କାହିଁକି ଏମିତି ଘଟଣା ଘଟିଲା ଆମକୁ ଜଣାନାହିଁ । ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବୁ ।'' ରାଜକୋଟ ସାଇବର କ୍ରାଇମ୍ ପୋଲିସ ଦ୍ୱାରା ମଧ୍ୟ ମାମଲା ରୁଜୁ କରାଯାଇଛି ।
Powered by Froala Editor