ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା: ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ନ ହେଉ ବୋଲି କହିଲେ ପୀଡ଼ିତାଙ୍କ ପିତା
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ମୃତା ଛାତ୍ରୀଙ୍କ ବାପା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଉଚ୍ଚ ଶିକ୍ଷା ଗ୍ରହଣ କରିବାକୁ ଏତେ ଦୂର ପଠାଇଥିଲୁ। ସରକାର ଓ ପୁଲିସ ଉପରେ ଭରସା ରହିଛି। ଆମକୁ ନିଶ୍ଚିତ ନ୍ୟାୟ ମିଳିବ। ମୋ ଝିଅ ଆଉ ନାହିଁ, ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଏଭଳି ନ ହେଉ। ନେପାଳ ଯାଇ ଆମ କଲେଜରେ ପାଠ ପଢ଼ାଅ ବୋଲି ଡାକି ଆଣିଥିଲେ। ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି ବୋଲି ମୃତା ଛାତ୍ରୀଙ୍କ ବାପା ପ୍ରକାଶ କରିଛନ୍ତି।
ଭୁବନେଶ୍ୱର ଏମ୍ସରେ ଆଜି କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ। ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହେବ ଏବଂ ବ୍ୟବଚ୍ଛେଦ ସମୟର ସମ୍ପୂର୍ଣ୍ଣ ଭିଡିଓ ରେକର୍ଡିଂ କରାଯିବ। ଛାତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଅପରପକ୍ଷରେ ପରିବାର ଲୋକେ ମୃତା ଛାତ୍ରୀଙ୍କ ମୃତଦେହକୁ ନେପାଳ ନେଇଯିବାକୁ ଅନୁରୋଧ କରିଥିବା ଜଣାପଡିଛି।
Powered by Froala Editor