ରାସ୍ତା ଜାମ୍ ଥିଲା, ହେଲେ ଉଡ଼ି ଉଡ଼ି ୫ ମିନିଟ୍ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଗଲେ ଛାତ୍ର

ମହାରାଷ୍ଟ୍ରର କୋଲହାପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପ୍ରଥମ ବର୍ଷ ବି.କମ୍.ର ଛାତ୍ର ସମର୍ଥ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ ଉଡ଼ି ଉଡ଼ି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସାମ୍ନାକୁ ଆସିଛି। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି ।
ସୂଚନା ମୁତାବକ, ସମର୍ଥ ପଞ୍ଚଗନିରେ ଆଖୁ ରସ ବିକ୍ରେତା ଭାବରେ କାମ କରନ୍ତି। ଦୋକାନ ଚଳାଉଥିବାରୁ ସେ ନିଜ ପରୀକ୍ଷା କଥା ଭୁଲିଯାଇଥିଲେ। ଯେତେବେଳେ ତାଙ୍କ ସାଙ୍ଗମାନେ ତାଙ୍କୁ ଫୋନ୍ କରି ପରୀକ୍ଷା ବିଷୟରେ ପଚାରିଥିଲେ, ସେତେବେଳେ ତାଙ୍କର ପରୀକ୍ଷା ଥିବା ମନେ ପଡ଼ିଥିଲା। ପରୀକ୍ଷା କେନ୍ଦ୍ର ପାସର୍ଣ୍ଣି ଗାଁରେ ଥିଲା। ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପ୍ରାୟ ଅସମ୍ଭବ ଥିଲା। କମ ସମୟ ଥିବାରୁ ସେ କିଭଳି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ସେନେଇ ଚିନ୍ତାରେ ପଡ଼ିଥିଲେ। ରାସ୍ତାରେ ପ୍ରବଳ ଟ୍ରାଫିକ୍ ଥିବାରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପ୍ରାୟ ଅସମ୍ଭବ ଥିଲା। ଏମଧ୍ୟରେ ତାଙ୍କ ମୁଣ୍ଡକୁ ପାରାଗ୍ଲାଇଡିଂ କଥା ଆସିଥିଲା।
ଏହା ପରେ ସେ ପାରାଗ୍ଲାଇଡିଂ ପ୍ରଶିକ୍ଷକ ଗୋବିନ୍ଦ ୟେୱାଲେଙ୍କ ପାଖକୁ ଯାଇ କହିଥିଲେ, ଭାଇ; ମୋତେ ତୁମର ସାହାଯ୍ୟ ଦରକାର। ମୋର ୧୦ ମିନିଟ୍ ପରେ ପରୀକ୍ଷା ଅଛି, ଆପଣ ମୋତେ ସେଠାକୁ ନେଇଯିବେ କି?" ପ୍ରଥମେ ଗୋବିନ୍ଦ ଟିକେ ଚିନ୍ତା କରିଥିଲେ ବି ଶେଷରେ ତାଙ୍କୁ ନେବାକୁ ରାଜି ହୋଇଥିଲେ। ମାତ୍ର ୫ମିନିଟରେ ସମର୍ଥ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ।
Powered by Froala Editor