୪ବର୍ଷରେ ନିଖୋଜ ଅଛନ୍ତି ୩୬ ହଜାର ୪୨୦ ଜଣ ମହିଳା

ଭୁବନେଶ୍ୱର: ସାମନାକୁ ଆସିଲା ମହିଲା ଓ ଶିଶୁ ନିଖୋଜର ଉଦବେଗଜନକ ଚିତ୍ର । ଗତ ୪ବର୍ଷରେ ୩୬ ହଜାର ୪୨୦ ଜଣ ମହିଳା ନିଖୋଜ ଅଛନ୍ତି । ୮ ହଜାର ୪୦୩ ଜଣ ଶିଶୁ ମଧ୍ୟ ନିଖୋଜ ଅଛନ୍ତି । ଆଜି ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ଦଲାଲଙ୍କ ଦ୍ୱାରା ଅନ୍ୟ ରାଜ୍ୟକୁ ୪୨୧ ମହିଳା/ବାଳିକା ଚାଲାଣ ହୋଇଛନ୍ତି । ତେମେ ୪୫୩ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ୧୪୧୭ଜଣ ମହିଳା ଓ ୧୮୫୭ଜଣ ଶିଶୁ ଉଦ୍ଧାର ହୋଇଛନ୍ତି । ୪ ବର୍ଷ ୭୪୮ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି ।
Powered by Froala Editor