ରାଜ୍ୟରେ ସବୁ ଜିଲ୍ଲାରେ ହେବ କ୍ୟାନସର୍ ଚିକିତ୍ସା, ହସ୍ପିଟାଲ ମାନଙ୍କରେ ରହିବ କେମୋଥେରାପି ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ସବୁ ଜିଲ୍ଲାରେ ହେବ କ୍ୟାନସର୍ ଚିକିତ୍ସା । ହସ୍ପିଟାଲ ମାନଙ୍କରେ ରହିବ କେମୋଥେରାପି ବ୍ୟବସ୍ଥା । ପ୍ରତି ଜିଲ୍ଲାରେ ହେବ ଡେ କେୟାର ସେଣ୍ଟର । ଗୃହରେ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସହରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟାଳୟକୁ ସାଟେଲାଇଟ ସେଣ୍ଟର ଭାବେ ବ୍ୟବହାର କରିବାକୁ ସରକାର ଯୋଜନା କରୁଛନ୍ତି । ଏଥିପାଇଁ ରାଜ୍ୟ ବଜେଟରୁ ଖର୍ଚ୍ଚ ହେବ ଟଙ୍କା । ରୋଗୀଙ୍କ ଚିକିତ୍ସା ପାଇଁ କିଛି ସ୍ପେସାଲିଷ୍ଟ ଡାକ୍ତର ମଧ୍ୟ ରହିବେ। । ଭଦ୍ରକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର, ଦେବଗଡ଼, କଳାହାଣ୍ଡି, ଯାଜପୁର ଓ ବୌଦ୍ଧରେ ସାଟେଲାଇଟ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ଆସିଛି।
ରାଜ୍ୟରେ ୫୨୪୮ଏମବିବିଏସ ଡାକ୍ତର ପଦବୀ ପୂରଣ ପାଇଁ ଲୋକସେବା ଆୟୋଗଙ୍କୁ ୧୨.୨.୨୦୨୫ରେ ପତ୍ର ନମ୍ବର ୪୫୭୯ ଜରିଆରେ ଅନୁରୋଧ କରାଯାଇଛି। ସେହିପରି ରାଜ୍ୟରେ ୧୨୬ ଦନ୍ତ ଡାକ୍ତର ବା ଡେଣ୍ଟାଲ ଡାକ୍ତର ପଦବୀ ପୂରଣ ପାଇଁ ଲୋକସେବା ଆୟୋଗଙ୍କୁ ୧୨.୨.୨୦୨୫ରେ ପତ୍ର ନମ୍ବର ୪୫୭୮ ଜରିଆରେ ଅନୁରୋଧ କରାଯାଇଛି।
Powered by Froala Editor