ଟ୍ରକ୍ ଧକ୍କାରେ ଯାଜପୁର DSPଙ୍କ ମୃତ୍ୟୁ

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଚାନ୍ଦପୁର ଛକ ନିକଟରେ ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଯାଜପୁର ଜିଲ୍ଲା ଡିଏସ୍ପିଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଳରାମ ନାୟକ। ଡିଏସ୍ପି ଶ୍ରୀ ନାୟକ କେନ୍ଦୁଝର ଜିଲ୍ଲା ଘଟଗାଁସ୍ଥିତ ତାଙ୍କ ଘରୁ ଯାଜପୁର ଆସୁଥିଲେ। ଦୁର୍ଘଟଣା ସଂପର୍କୀତ ସୂଚନା ପାଇ ଯାଜପୁର ଏସ୍ପି ୟସ ପ୍ରତାପ ଶ୍ରୀମଲ ଯଯାତି କେଶରୀ ମେଡିକାଲ କଲେଜରେ ପହଂଚି ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି।
ସୂଚନା ଅନୁସାରେ ଡିଏସ୍ପି ବଳରାମ ନାୟକ ଘଟଗାଁସ୍ଥିତ ନିଜର ଘରୁ ଜଣେ ସଂପର୍କୀୟଙ୍କ ସହିତ ଯାଜପୁର ଯାଉଥିଲେ। ପାଣିକୋଇଲି ଥାନା କୃପାଳୁ ରାଇସ ମିଲ ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ କାର୍ରେ ଥିବା ୨ ଜଣ ଗୁରୁତର ହୋଇଥିଲେ। ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
Powered by Froala Editor