ଭୟାବହ ଅଗ୍ନିକାଣ୍ଡ, ୭ ବଖରା ଚାଳଘର ପୋଡି ପାଉଁଶ

ବାସୁଦେବପୁର: ବାଲେଶ୍ଵର ଜିଲ୍ଲା ବାସୁଦେବପୁର ବାଲିମେଦ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ୪ ପରିବାରର ୭ ବଖରା ଚାଳଘର ଜଳି ପୋଡି ପାଉଁଶ ହୋଇଛି। ବର୍ତ୍ତମାନ ପର୍ୟ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। କିନ୍ତୁ ସର୍ଟ ସର୍କିଟ୍ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।ଖବର ପାଇଁ ଅଗ୍ନିଶମବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛନ୍ତି।
Powered by Froala Editor