ଶ୍ରୀମନ୍ଦିରରେ ରକ୍ତ ଛିଟା, ମହାପ୍ରଭୁଙ୍କର ବଡ଼ ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ବେହେରଣ ଦ୍ୱାର ନିକଟରେ ରକ୍ତ ଛିଟା ପଡ଼ିଥିବା ଦୃଷ୍ଟି ଆକର୍ଷଣ ହେବାରୁ ଠାକୁରଙ୍କର ବଡ଼ ମହାସ୍ନାନ ହୋଇଛି। ଯାହାଫଳରେ ଦର୍ଶନରେ କିଛି ସମୟ ପାଇଁ ବ୍ୟାଘାତ ସୃଷ୍ଟି ହୋଇଛି ।ଖବର ଅନୁଯାୟୀ, ଅବକାଶ ପୂଜା ପରେ ମଇଲମ, ରୋଷହମ ହୋଇ ମହାପ୍ରଭୁଙ୍କ ବେଶ ହେବା ସମୟରେ ସେବାୟତ ରକ୍ତ ଛିଟା ଦେଖିବାକୁ ପାଇଥିଲେ । କେଉଁ କାରଣ ଯୋଗୁଁ ରକ୍ତ ଛିଟା ପଡ଼ିଛି ତାହା ଜଣାପଡିନାହିଁ। ତେବେ ସେବାୟତଙ୍କ ଦୃଷ୍ଟି ଆକର୍ଷଣ ହେବାରୁ ଦର୍ଶନ ବନ୍ଦ କରାଯାଇ ଠାକୁରଙ୍କର ବଡ଼ ମହାସ୍ନାନ କରାଯାଇଛି । ମହାସ୍ନାନ ପରେ ଚୂନ ପାଣି ପଡି ଗୋପାଳବଲ୍ଲଭ ନୀତି ଅନୁଷ୍ଠିତ ହେବ। ଯେଉଁଥିପାଇଁ ଶ୍ରୀମନ୍ଦିରରେ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି ।
Powered by Froala Editor