ଅଶାନ୍ତ ମଣିପୁର, ରାଷ୍ଟ୍ରପତି ଶାସନ ଲାଗୁ

ଜାତିଆଣ ହିଂସାକୁ ନେଇ ଅଶାନ୍ତ ରହୁଥିବା ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଇସ୍ତଫା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି। ଏନ ବୀରେନ ସିଂହଙ୍କ ଇସ୍ତଫା ପରେ, ନୂଆ ମୁଖ୍ୟମନ୍ତ୍ରୀ ନେଇ ଆଲୋଚନା କରାଯାଇଥିଲା, ଏହି ସମୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି।
ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଏବଂ ଅର୍ଦ୍ଧସାମରିକ ବାହିନୀର ଅଧିକାରୀମାନେ ରାଜଭବନରେ ଏକ ବୈଠକ କରିଥିଲେ। ଏହି ସମୟରେ ଅଧିକାରୀମାନେ ତାଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ମୁତୟନ ଏବଂ ଅପରେସନ୍ କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦାନ କରିଥିଲେ।
ସମ୍ବିଧାନର ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେତେବେଳେ ଏକ ରାଜ୍ୟ ସରକାର ସମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ହୃଦବୋଧ ହୁଏ ସେତେବେଳେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଏ ।
Powered by Froala Editor