ପନ୍ଥଙ୍କ ଜୀବନ ବଞ୍ଚାଇଥିଲେ, ଏବେ ଜୀବନଯୁଦ୍ଧରେ ସଂଘର୍ଷ କରୁଛନ୍ତି

ଉତ୍ତରାଖଣ୍ଡର ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତଙ୍କୁ ସାହାଯ୍ୟ କରିଥିବା ରଜତ ନିଜେ ମୃତ୍ୟୁ ସହ ଲଢେଇ କରୁଛନ୍ତି । ରଜତ ନିଜ ଗାର୍ଲଫ୍ରେଣ୍ଡଙ୍କ ସହ ମିଶି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କ ପ୍ରେମିକାଙ୍କ ଜୀବନ ଚାଲି ଯାଇଥିବା ବେଳେ ତାଙ୍କ ଜୀବନ ବଞ୍ଚିଯାଇଛି। ଘଟଣାଟି ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାର ବୁଚ୍ଛା ବସ୍ତିରେ ଫେବ୍ରୁଆରି ୯ ତାରିଖରେ ଘଟିଛି। ତେବେ ସେ ହସ୍ପିଟାଲ୍ରେ ଥିବା ବେଳେ ତାଙ୍କ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି।
ଭାରତୀୟ କ୍ରିକେଟର ଋଷଭ ପନ୍ତ ଡିସେମ୍ବର ୨୦୨୨ରେ ଦୁର୍ଘଟଣାର ଶିକାର ହୋଇଥିଲେ । ହେଲେ କାର ବ୍ଲାଷ୍ଟ ହେବା ପୂର୍ବରୁ ସେ ବାହାରକୁ ବାହାରି ଆସିଥିଲେ । ଋଷଭ ବାହାରେ ପଡିଥିବା ବେଳେ ସେହିସମୟରେ ରଜତ ତାଙ୍କ ସାଙ୍ଗଙ୍କ ମିଶି ପନ୍ତଙ୍କ ଜୀବନ ବଞ୍ଚାଇଥିଲେ । ଆମ୍ବୁଲାନ୍ସକୁ ଡାକି ହସ୍ପିଟାଲ ପଠାଇଥିଲେ ରଜତ ଏବଂ ତାଙ୍କ ସାଙ୍ଗ । ଏହି ସମୟରେ ରଜତ ଜାଣିନଥିଲେ ଯେ, ସେ ହେଉଛନ୍ତି ଭାରତୀୟ କ୍ରିକେଟର । ପରବର୍ତ୍ତୀ ମୁହୂର୍ତ୍ତରେ ପନ୍ତ ରଜତଙ୍କୁ ଭେଟି ଏକ ସ୍କୁଟି ଗିଫ୍ଟ ଦେବା ସହ ଧନ୍ୟବାଦ ଜଣାଇଥିଲେ ।
ଜାଣିବାକୁ ମିଳିଛି ଯେ କୁମାର ଏବଂ ତାଙ୍କ ୨୧ ବର୍ଷୀୟ ପ୍ରେମିକା ମନୁ କଶ୍ୟପଙ୍କ ପରିବାର ଲୋକ ସେ ଦୁହିଁଙ୍କ ପ୍ରେମ ବିରୋଧ କରିବାରୁ ସେମାନେ ବିଷ ପିଇ ଜୀବନ ହାରିବା ନିଷ୍ପତ୍ତି ନେଇଥିଲେ। ଚିକିତ୍ସା ସମୟରେ ରଜତଙ୍କ ପ୍ରେମିକାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ନିଜେ ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି।
Powered by Froala Editor