Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ...

  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ...

  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ...

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ...

  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

  • ୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା

  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ...

  • ୫ଦିନ ବନ୍ଦ ରହିବ ବ୍ୟାଙ୍କ

ରାଜ୍ୟ
Home ›› ରାଜ୍ୟ ››ସମସ୍ତ ବର୍ଗର ଲୋକଙ୍କ ସଶକ୍ତରକରଣ ପାଇଁ ଦୃଢ଼ଭାବେ ସମର୍ପିତ ମୋ ସରକାର ସମର୍ପିତ: ରାଜ୍ୟପାଳ

ସମସ୍ତ ବର୍ଗର ଲୋକଙ୍କ ସଶକ୍ତରକରଣ ପାଇଁ ଦୃଢ଼ଭାବେ ସମର୍ପିତ ମୋ ସରକାର ସମର୍ପିତ: ରାଜ୍ୟପାଳ

2025-02-13 10:36:20
14829
Share:
Facebook
Twitter
E-Mail
WhatsApp
Telegram
ସମସ୍ତ ବର୍ଗର ଲୋକଙ୍କ ସଶକ୍ତରକରଣ ପାଇଁ ଦୃଢ଼ଭାବେ ସମର୍ପିତ ମୋ ସରକାର ସମର୍ପିତ: ରାଜ୍ୟପାଳ

ଭୁବନେଶ୍ୱର: ମୋ ସରକାର ପ୍ରଗତି ଓ ସମୃଦ୍ଧି ଦିଗରେ ଆମର ଯାତ୍ରାରେ କାହାକୁ ପଛରେ ନପକାଇ, ଓଡ଼ିଶାର ସାମଗ୍ରିକ ବିକାଶ ଓ ଏହାର ସମସ୍ତ ବର୍ଗର ଲୋକଙ୍କ ସଶକ୍ତରକରଣ ପାଇଁ ଦୃଢ଼ଭାବେ ସମର୍ପିତ ହେବେ । ବିଧାନସଭାରେ ଅଭିଭାଷଣ ରଖି ଗୁରୁବାର ଏହା କହିଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ।
ବିଧାନସଭାର ବଜେଟ ଅଧିବେଶନ ଗୁରୁବାର ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଏହା ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟପାଳ ନିଜ ଅଭିଭାଷଣରେ କହିଛନ୍ତିତ ଯେ ଅତୁଳନୀୟ ସୌନ୍ଦର୍ଯ୍ୟ ଓ ଚିରନ୍ତନ ପରମ୍ପରାର ମନୋରମ ଦୃଶ୍ୟରାଜି ଭରା ଓଡ଼ିଶାରେ ପ୍ରତ୍ୟେକ ସୂର୍ଯେ୍ୟାମୟ ସୌହାର୍ଦ୍ଧ୍ୟ ଓ ଆଶାର ପ୍ରତିଶ୍ରୁତି ବହନ କରିଥାଏ । ଓଡ଼ିଶା ହେଉଛି ପ୍ରକୃତି, ଇତିହାସ ଓ ଜନସାଧାରଣଙ୍କ ଦୃପ୍ତ ଭାବନାର ପ୍ରବାହମାନ ଧାରା । ହୃଦୟରେ ଆଶା ଓ ଭବିଷ୍ୟତ ପାଇଁ ଦୃଷ୍ଟିଭଙ୍ଗୀ ରଖି ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ନିରନ୍ତରତା ପରିବର୍ତ୍ତେ ପରିବର୍ତ୍ତେ ପରିବର୍ତ୍ତନକୁ ବାଛିଛନ୍ତି । ଅସମ୍ଭବ ଲାଗୁଥିବା ପରିବର୍ତ୍ତନକୁ ଅପେକ୍ଷା କରି କ୍ଲାନ୍ତ ହୋଇପଡ଼ିଥିବା ଜନସାଧରଣ, ମୋ ସରକାରଙ୍କ ପ୍ରତିଶ୍ରୁତିକୁ ଗ୍ରହଣ କଲେ, ଯିଏ ସେମାନଙ୍କ କଥା ଶୁଣିବ, ବୁଝିବ ଓ କାର୍ଯ୍ୟ କରିବ । ସେମାନଙ୍କ ମତଦାନ କେବଳ ଏକ ରାଜନୈତିକ ନିଷ୍ପତ୍ତି ନଥିଲା ବରଂ ଏହା ଏକ ଆସ୍ଥାର ପରିପ୍ରକାଶ ଥିଲା । ଏକ ଉଜ୍ଜ୍ୱଳ ଦିଗନ୍ତକୁ ଆଖିରେ ରଖି, ପରିବର୍ତ୍ତନର ଆଶା ଓ ଭରସା ନେଇ ସେମାନେ ମୋ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ ଯିଏ କି ଗରିବଙ୍କ ଆଶା, ଯୁବକମାନଙ୍କ ଆକାଂକ୍ଷା, କୃଷକଙ୍କ ସ୍ୱପ୍ନ ଏବଂ ମହିଳାମାନଙ୍କର ଲକ୍ଷ୍ୟକୁ ସାକାର କରି ଏକ ଅତୁଳନୀୟ ସମୃଦ୍ଧିର ନୂତନ ଯୁଗ ଆରମ୍ଭ କରିବ ।
ଦାୟିତ୍ୱ ଗ୍ରହଣ କରିବାର ମାତ୍ର ୮ ମାସ ବିତିଛି ଏବଂ ଏହି ସ୍ୱଳ୍ପ ସମୟ ମଧ୍ୟରେ ମୋ ସରକାର ବିଭିନ୍ନ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଅନେକ ଯୋଜନା ପ୍ରଣୟନ କରିଛନ୍ତି ଏବଂ ରାଜ୍ୟ ତଥା ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି । ରାଜ୍ୟର ପ୍ରାୟ ୧ କୋଟି ମହିଳାଙ୍କ ହିତସାଧନ ପାଇଁ ମୋ ସରକାର ନିଜର ପ୍ରମୁଖ ଯୋଜନା ‘ସୁଭଦ୍ରା’ କାର୍ଯ୍ୟକାରୀ କରିଥିଲେ, ଧାନ ପାଇଁ ଏମଏସପି ଉପରେ କ୍ୱିଣ୍ଟାଲ ପିଛା ଅଧିକ ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ କରିବା ପାଇଁ ‘ସମୃଦ୍ଧ କୃଷକ ଯୋଜନା’ ଆରମ୍ଭ କରିଥିଲେ, ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଖୋଲିଥିଲେ ଏବଂ ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ୨୦୨୪ ନଭେମ୍ବରରେ ଆରକ୍ଷୀ ମହାନିଦେ୍ର୍ଧଶକ ଓ ମହାନୀରିକ୍ଷକ ସମ୍ମିଳନୀ ଆୟେଜନ ଏବଂ ୨୦୨୫ ଜାନୁଆରୀ ମାସରେ ସିଙ୍ଗାପୁର ଜନରାଜ୍ୟର ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ, ୧୮ତମ ପ୍ରବାସୀ ଭାରତୀୟ ଦିବସ, ଉକ୍ରର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭ ଆୟୋଜନ ପାଇଁ ମୋ ସରକାରଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ।
୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ରଖିଥିବା ମୋ ସରକାର ‘ଭିଜନ୨୦୩୬’ ପାଇଁ ୩ ଲକ୍ଷରୁ ଅଧିକ ପ୍ରସ୍ତାବ ପାଇଛନ୍ତି । ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ଓଡ଼ିଶା ଲକ୍ଷ୍ୟ ସାଧନ ଉଦେ୍ଧଶ୍ୟରେ ମୋ ସରକାରଙ୍କ ବିସ୍ତୃତ ଯୋଜନା ରହିଛି, ଯେଉଁଥିରେ ଭାରତର ଅର୍ଥନୀତିକୁ ଓଡ଼ିଶାର ୧.୫ ଟ୍ରିଲିୟନ ଡଲାର ଯୋଗଦାନର ଆଭିମୁଖ୍ୟ ରହିଛି ।
ମୋ ସରକାରଙ୍କ ଦୂରଦର୍ଶୀ ନେତୃତ୍ୱରେ କୃଷି ଆମ ଓଡ଼ିଶାର ସମୃଦ୍ଧି ଓ କଲ୍ୟାଣକୁ ଆଗେଇ ନେବ । ସମୃଦ୍ଧ କୃଷକ ଯୋଜନା ମାଧ୍ୟମରେ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ ସହାୟତା ସହିତ ମୋ ସରକାର ଚଳିତ ଖରିଫ ଋତୁରେ ଚାଷୀଙ୍କ ଠାରୁ ୩୧୦୦ ଟଙ୍କାର ଧାନ ସଂଗ୍ରହ ଆରମ୍ଭ କରିଛନ୍ତି । ଜଳବାୟୁ ବିପଦରୁ କୃଷକମାନଙ୍କୁ ରକ୍ଷା କରିବା ଉଦେ୍ଧଶ୍ୟରେ, ରବି ଋତୁ ପାଇଁ ମୋ ସରକାର ୧.୩୬ ଲକ୍ଷ ଚାଷୀଙ୍କୁ ପଞ୍ଜିକୃତ କରି ଫସଲ ବୀମା ଭୁକ୍ତତାକୁ ସୁନିଶ୍ଚିତ କରିଛନ୍ତି । ୧୭୫୭ ଉପôାଦକ ଗୋଷ୍ଠୀ ଓ ୬୨ ଉପôାଦକ କମ୍ପାନୀ ମାଧ୍ୟମରେ ଜନଜାତି ଅଞ୍ଚଳରେ କୃଷି ଉପôାଦନ କ୍ଲଷ୍ଟରକୁ ପ୍ରୋତ୍ସାହନ ପ୍ରଦାନ ଦ୍ୱାରା ୨ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ପାଇଁ ଜୀବିକା ସମ୍ପତ୍ତି ଏବଂ ବଜାର ସଂଯୋଗ ସୃଷ୍ଟି କରାଯାଇଛି । ଜୀବିକା ବୃଦ୍ଧି ପାଇଁ ନୂଆ ପୋଖରୀ ଖନନ ଓ ପୂର୍ବରୁ ବହିଥିବା ପୋଖରୀଗୁଡ଼ିକର ଉପôାଦକତା ବୃଦ୍ଧି ନିମନ୍ତେ ‘ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନା’ ହାତକୁ ନିଆଯାଇଛି । କୃଷକମାନଙ୍କୁ ଜୀବିକା ନିର୍ବାହ କରିବାରେ ସାହାଯ୍ୟକାରୀ ‘ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା’(ପିଏସଏସୱାଇ) ମୋ ସରକାର ଆରମ୍ଭ କରିଛନ୍ତି ଯାହା ଦ୍ୱାରା ରାଜ୍ୟରେ ମାଂସ ଉପôାଦନ ବୃଦ୍ଧି ପାଇବ ।
ମୋ ସରକାର ସମସ୍ତ ୬୬ଟି ନିୟନ୍ତ୍ରିତ ବଜାର କମିଟି(ଆରଏମସି)କୁ ଜାତୀୟ କୃଷି ବଜାର(ଇ-ନାମ) ସହିତ ସଂଯୁକ୍ତ କରିଛନ୍ତି, ଯାହା ଡିସେମ୍ବର ୨୦୨୪ ସୁଦ୍ଧା୪,୫୧୨ କୋଟି ଟଙ୍କାର ଇ-ଟ୍ରେଡିଂ ହାସଲ କରିଛି, ଯେଉଁଥିରେ ୪ ଲକ୍ଷରୁ ଅଧିକ କୃଷକ, ୬୨୧ କୃଷକ ଉପôାଦକ ସଂଗଠନ(ଏଫଇଓ) ଏବଂ ପ୍ରାୟ ୧୦,୦୦୦ ବ୍ୟବସାୟୀ ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଛନ୍ତି ।
ପାର୍ବତୀ ଗିରି ମେଗା ଉଠା ଜଳସେଚନ ଯୋଜନାରେ ୨୦୫ଟି ପ୍ରକଳ୍ପ ଶେଷ ହୋଇ ୨.୬ ଲକ୍ଷ ହେକ୍ଟର ଆୟକଟ ଅଞ୍ଚଳ ସୃଷ୍ଟି ହୋଇଥିବାବେଳେ ୧୭୦ଟି ଅତିରିକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ‘ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର’ ଯୋଜନାରେ ୭୨ଟି ପ୍ରକଳ୍ପ ମଧ୍ୟରୁ ୬ଟି ନିର୍ମାଣ ଶେଷ ହୋଇଥିବାବେଳେ ୨୦୨୫-୨୬ ସୁଦ୍ଧା ଆଉ ୨୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା’ ମାଧ୍ୟମରେ ୧୫୮ଟି ଚେକ ଡ୍ୟାମ ସମ୍ପୂର୍ଣ୍ଣ ହୋଇଛି ଏବଂ ୨୦୯ଟି ନିର୍ମାଣାଧୀନ ଥିବାବେଳେ ‘ଟାଙ୍କି ଓ ଏମଆଇପିର ଉନ୍ନତି’ ଯୋଜନାରେ ୩୧୬ଟି ଯୁଦ୍ର ଜଳସେଚନ ପ୍ରକଳ୍ପ(ଏମଆଇପି)ର ପୁନରୁଦ୍ଧାର କରାଯାଇଛି । ଅନ୍ୟ ୧୮୮ଟିର କାର୍ଯ୍ୟ ଆଗେଇ ଚାଲିଛି ।
ଜଳବାୟୁ ନିୟନ୍ତ୍ରଣ ଓ ସ୍ଥିରତାକୁ ଦୃଷ୍ଟିରେ ରଖି ମୋ ସରକାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ୧୯୩ କିଲୋମିଟର ଲୁଣାବନ୍ଧକୁ ଅନ୍ତର୍ଭୂକ୍ତ କରି ‘ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ସହନଶୀଳ ଲୁଣାବନ୍ଧ ପ୍ରକଳ୍ପ’ ହାତକୁ ନେଇଛନ୍ତି, ଯାହା ମଧ୍ୟରୁ ୯୬ କିଲୋମିଟର ସମ୍ପୂର୍ଣ୍ଣ ହୋଇସାରିଛି । ୧୦, ୦୦୦ କିଲୋମିଟରରୁ ଅଧିକ ଡ୍ରେନ ପୁନରୁଦ୍ଧାର କରାଯାଇଛି ଏବଂ ସ୍ଥାୟିତ୍ୱ ଓ ଜଳ ବ୍ୟବହାର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇ ପ୍ରାୟ ୨ ଲକ୍ଷ ହେକ୍ଟର ଜଳବନ୍ଦୀ ଚାଷ ଜମିର ପୁନରୁଦ୍ଧାର ପ୍ରୟାସ କରାଯାଇଛି ।

 ହୀରାକୁଦ କମାଣ୍ଡ ଏରିଆରେ ସୁଦକ୍ଷ ଜଳ ପରିଚାଳନା ସୁନିଶ୍ଚିତ କରିବା ପାଇଁ ମୋ ସରକାର ୮୫୫ କୋଟି ଟଙ୍କା ବିନିଯୋଗରେ ୪୬ ବର୍ଷ ପରେ ହୀରାକୁଦ କେନାଲ ବ୍ୟବସ୍ଥାର ପୁନରୁଦ୍ଧାର କରୁଛନ୍ତି । ୨୧ରୁ ୬୦ ବର୍ଷ ବୟସର ପ୍ରାୟ ୧ କୋଟି ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଆର୍ଥିକ ସ୍ୱାଧୀନତାକୁ ପ୍ରୋତ୍ସାହନ ଏବଂ ସେମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରି ସେମାନଙ୍କୁ ସଶକ୍ତ କରିବା ପାଇଁ୨୦୨୪ରେ ଅଭିନବ ‘ସୁଭଦ୍ରା’ ଯୋଜନା ଆରମ୍ଭ କରାଯାଇଥିଲା । ଏହି ଯୋଜନାରେ ହିତାଧିକାରୀଙ୍କୁ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ମିଳିଥାଏ । ମହିଳା ସଶକ୍ତୀକରଣ ଓ ସାମଗ୍ରିକ ବିକାଶ ପ୍ରତି ମୋ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ‘ସୁଭଦ୍ରା’ ପ୍ରତିଫଳିତ କରୁଛି ।
ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତୀ ମା’ଙ୍କ ସମେତ ପ୍ରାୟ ୪୬ ଲକ୍ଷ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ‘ମାଳତୀ ଦେବୀ ପ୍ରାକ-ବିଦ୍ୟାଳୟ ପରିଧାନ ଯୋଜନା’ରେ ପ୍ରାକ-ବିଦ୍ୟାଳୟ ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯାଉଛି, ଯାହା ଦ୍ୱାରା ୨୦୨୪-୨୫ରେ ୧୮ ଲକ୍ଷ ଶିଶୁ ଉପକୃତ ହୋଇଛନ୍ତି । ସାମାଜିକ ସୁରକ୍ଷା ପେନସନ ଯୋଜନାରେ ୫୭ ଲକ୍ଷ ଲୋକଙ୍କୁ ଅନର୍ଭୁକ୍ତ କରାଯାଇଛି । ମୋ ସରକାର ୨୦୨୫ ଫେବୃଆରୀରୁ ୮୦ ବର୍ଷ ଓ ତଦୁଦ୍ଧ୍ୱର୍ ବୟସର ହିତାଧିକାରୀ ଏବଂ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଭତ୍ତାର ପରିମାଣ ମାସିକ ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ୨୯,୨୩୩ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବାଣୀଶ୍ରୀ ବୃତ୍ତି ପ୍ରଦାନ କରାଯାଇଛି । ମୋ ସରକାର, ଦୁର୍ଘଟଣାଜନିତ ମୃତୁ୍ୟ କ୍ଷେତ୍ରରେ ନିର୍ମାଣ ଶ୍ରମିକଙ୍କ ପାଇଁ ଅନୁକମ୍ପା ରାଶି ପରିମାଣ ୪ ଲକ୍ଷ ଟଙ୍କାରୁ ୬ ଲକ୍ଷ ଟଙ୍କା ବୃଦ୍ଧି କରିଛନ୍ତି । ସ୍ୱାଭାବିକ ମୃତୁ୍ୟ କ୍ଷେତ୍ରରେ ଅନୁକମ୍ପା ରାଶି ୨ ଲକ୍ଷରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୭ଟି ଜିଲ୍ଲାର ୭୬୬୭ଟି ଆଦିବାସୀ ଅଧ୍ୟୁ୍ୟଷିତ ଗ୍ରାମରେ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜୀବିକା ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି । ଏହା ଦ୍ୱାରା ପ୍ରାୟ ୮୭ ଲକ୍ଷ ଜନସଂଖ୍ୟାକୁ ଅନ୍ତର୍ଭୁକ୍ତ କରି ପ୍ରାୟ ୧୧ ଲକ୍ଷ ଜନଜାତି ପରିବାରକୁ ଲାଭ ପହଞ୍ଚାଇବା ସ୍ଥିର କରାଯାଇଛି ।
ଅନୁସୂଚିତ ଜାତିମାନଙ୍କ ପାଇଁ ଆନ୍ତଃଜାତି ବିବାହ କ୍ଷେତ୍ରରେ ଦମ୍ପତି ପିଛା ପ୍ରୋତ୍ସାହନ ରାଶିକୁ ୨.୫ ଟଙ୍କାକୁ ବୃଦ୍ଧି କରିଛନ୍ତି । ଓଡ଼ିଶାର ୯୨୩ଟି ଗାଁକୁ ଆଦର୍ଶ ଗ୍ରାମଭାବେ ଘୋଷଣା କରାଯାଇଥିବାବେଳେ ‘ବାବୁ ଜଗଜୀବନ ରାମ ଛାତ୍ରାବାସ ଯୋଜନା’ ଅଧୀନରେ ୧୭୬ଟି ଛାତ୍ରାବାସ ମଞ୍ଜୁର କରାଯାଇଛି ।
ମୋ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ) କାର୍ଯ୍ୟକାରୀ କରୁଛନ୍ତି, ଯେଉଁଥିରେ ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ସହିତ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର କ୍ୟାସ ଲେସ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନଏଫଏସଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସ୍ଏଫ୍ଏ୍ସଏ୍ସ୍)ର ହିତାଧିକାରୀମାନେ ଓଡ଼ିଶା ସମେତ ୧୭ଟି ରାଜ୍ୟର ୯୦୦ରୁ ଅଧିକ ତାଲିକାଭୁକ୍ତ ଡାକ୍ତରଖାନାରେ ଏହାର ଲାଭ ପାଇପାରିବେ । ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏୱାଇ)ରେ ଓଡ଼ିଶା ସାମିଲ ହେବା ଦ୍ୱାରା ସାରା ଦେଶର ୨୯,୦୦୦ରୁ ଅଧିକ ତାଲିକାଭୁକ୍ତ ଡାକ୍ତରଖାନାରେ ୩.୫୦ କୋଟି ଲୋକଙ୍କ ପାଇଁ ଏହି ସୁବିଧା ସମ୍ପ୍ରସାରିତ ହୋଇଛି ।
ଆରୋଗ୍ୟ ଶିବିର ମାଧ୍ୟମରେ ସ୍ୱାସ୍ଥ୍ୟସେବାକୁ ଜନସମୁଦାୟର ନିକଟତର କରାଯାଇଛି ଏବଂ ମାତ୍ର ୫ ମାସ ମଧ୍ୟରେ ୨୪,୭୦୦ରୁ ଅଧିକ ଶିବିର ମାଧ୍ୟମରେ ୧୬ ଲକ୍ଷରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରାଯାଇଛି । ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଏବଂ ଏଏନଏମ ସହାୟତା ପାଉଛନ୍ତି, ଏହା ୧.୫୨ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କୁ ଉପକୃତ କରୁଛି । ନିଦାନ ଅଧୀନରେ ନିଃଶୁଳ୍କ ରୋଗ ନିରୂପଣ ସେବା ବାର୍ଷିକ ୩.୫୪କୋଟିରୁ ଅଧିକ ଲୋକଙ୍କୁ ଉପକୃତ କରିଛି, ଯାହା ସୁଗମ ସ୍ୱାସ୍ଥ୍ୟସେବା ପ୍ରତି ରାଜ୍ୟର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରୁଛି । ମୋ ସରକାର ୮୬୦ଟି ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ହାରାହାରି ୨୦ ମିନିଟ ପ୍ରତିକ୍ରିୟା ସମୟ ମଧ୍ୟରେ ଦୈନିକ ୩,୧୦୦ ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ସେବା ସୁନିଶ୍ଚିତ କରୁଛନ୍ତି ।
ତାଳଚେର ଓ ଫୁଲବାଣୀରେ ଦୁଇଟି ନୂତନ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିବାବେଳେ ୨୦୨୫-୨୬ରେ ଏମବିବିଏସ ଛାତ୍ରଛାତ୍ରୀଙ୍କ ପାଇଁ ନାମ ଲେଖା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ପାଇଁ ମୋ ସରକାରଙ୍କ ପଦକ୍ଷେପର ଅଂଶସ୍ୱରୂପ  ୨୦୨୪ ଡିସେମ୍ବରରେ କୋରାପୁଟରେ ନୂତନ ନର୍ସିଂ କଲେଜ ଶିଳାନ୍ୟାସ କରାଯାଇଛି । ମୋ ସରକାର ଜାତୀୟ ଶିକ୍ଷାନୀତି-୨୦୨୦କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନୀତିର କାର୍ଯ୍ୟକାରିତାକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଜାତୀୟ ପାଠ୍ୟକ୍ରମ ଢ଼ାଞ୍ଚା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ରାଜ୍ୟ ପାଠ୍ୟକ୍ରମ ଢ଼ାଞ୍ଚାଭାବେ ଅନୁବର୍ତ୍ତିତ କରାଯିବ ।ଏହା ଦ୍ୱାରା ରାଜ୍ୟର ୬୧,୬୯୩ଟି ବିଦ୍ୟାଳୟରେ  ପଢ଼ୁ୍ଥିବା ପ୍ରାୟ ୭୭ ଲକ୍ଷ ସ୍କୁଲ ପିଲା ଉପକୃତ ହେବେ ।

 ‘ନିପୁଣ ଓଡ଼ିଶା ମିଶନ’ର ଶୁଭାରମ୍ଭ କରାଯାଇଛି ଏବଂ ଏହା ଦ୍ୱାରା ପ୍ରାୟ ୪୫,୦୦୦ ବିଦ୍ୟାଳୟ ମଧ୍ୟରୁ ପ୍ରଥମ,  ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । 
ମୋ ସରକାର ୧୭୬୨ଟି ବିଦ୍ୟାଳୟ ଓ ୫୮୪୧ଟି ହଷ୍ଟେଲ ମାଧ୍ୟମରେ ୪.୩୬ ଲକ୍ଷ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଆବାସିକ ବିଦ୍ୟାଳୟ ସୁବିଧା ପ୍ରଦାନ କରୁଛନ୍ତି । ‘ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା’ରେ  ୨୦୨୪-୨୫ ବର୍ଷରେ ୮.୭୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ୫୮୮ କୋଟି ଟଙ୍କାର ପ୍ରି-ମାଟ୍ରିକ ସ୍କଲାରସିପ ଏବଂ ଏସଟି, ଏସସି, ଓବିସି ଓ ଇବିସି ବର୍ଗର ୨.୪୪ ଲକ୍ଷ ଛାତ୍ରଛାତ୍ରୀଙ୍କୁ ୩୪୦ କୋଟି ଟଙ୍କାର ପୋଷ୍ଟ ମାଟ୍ରିକ ସ୍କଲାରସିପ ମଞ୍ଜୁର କରିଛନ୍ତି । ‘ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ଅଧୀନରେ ପ୍ରାୟ ୧.୬୨ ଲକ୍ଷ ଅନୁସୂଚିତ ଜନଜାତି ଛାତ୍୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବ । ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଦିବ୍ୟାଙ୍ଗ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରୟାସ କରିବ । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ସ୍ନାତକୋତ୍ତର ଆସନ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି କରାଯିବ । ସରକାରୀ ଆଇଆଇଟିରେ ପାଖାପାଖି ୧ ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ କେବଳ ସାମସ ପୋର୍ଟାଲ ଜରିଆରେ ପଲିଟେକ୍ନିକ୍ସରେ ୪୫,୩୭୮ ଜଣ ନାମ ଲେଖାଇଛନ୍ତି । ଆଇଓଟି, ୩ଡି ପ୍ରିଣ୍ଟିଂ, ଡ୍ରୋନ ପ୍ରଯୁକ୍ତିବିଦ୍ୟା ଏବଂ ଇ-ଯାନ ଲ୍ୟାବ ଭଳି ପାଠ୍ୟକ୍ରମ ପ୍ରଚଳନ କରାଯାଇଛି, ଯାହା ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପୋଦ୍ୟୋଗ ପାଇଁ ପ୍ରସ୍ତୁତ ହେବାକୁ ନିଶ୍ଚିତ କରୁଛି । 
‘ସମସ୍ତଙ୍କୁ ଆଶ୍ରୟ ସୁରକ୍ଷା’ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ “ଅନ୍ତ୍ୟୋଦୟ ଗୃହ ଯୋଜନା” ମଧ୍ୟ ଆରମ୍ଭ କରିଛି । ମୋ ସରକାର ସହରାଞ୍ଚଳରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କାରି ସମସ୍ତଙ୍କ ପାଇଁ ସୁଲଭ ବାସ ଗୃହ ନିର୍ମାଣ କରିବାକୁ ପ୍ରତିବଦ୍ଧ । ମୋ ସରକାର ଓଡ଼ିଶାର ସମସ୍ତ ୧୧୫ଟି ସହରରେ ଘରୋଇ ପାଇପ ସଂପୂର୍ଣ୍ଣ କରିବା ସହିତ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ।  ୨୦୨୪-୨୫ ବର୍ଷର ଡିସେମ୍ବର ୨୦୨୪ ସୁଦ୍ଧା ପ୍ରାୟ ୪.୨୦ ଲକ୍ଷ ବ୍ୟକ୍ତିଗତ ଘରୋଇ ଶୌଚାଳୟ ନିର୍ମାଣ କରାଯାଇଛି ।  ‘ ମହିଳା ସ୍ୱତନ୍ତ୍ର ବସ’ ଭଳି ପଦକ୍ଷେପ ମହିଳାଙ୍କ ସୁରକ୍ଷା ଓ ସଶକ୍ତୀକରଣକୁ ପ୍ରାଥମିକତା ଦେବା ପାଇଁ ଅଙ୍ଗୀକାରବଦ୍ଧତାକୁ ଦର୍ଶାଉଛି । ପ୍ରଧାନମନ୍ତ୍ରୀ ଇ-ବସ ସେବା ଯୋଜନା ଅଧୀନରେ  ରାଜ୍ୟର ବିଭିନ୍ନ ସହରରେ ୪୦୦ଟି ଇ-ବସ ନିୟୋଜିତ କରାଯିବ ।  ଚଳିତ ଆଥିର୍କ ବର୍ଷ ୨୦୨୪-୨୫ରେ ୧୪୩୯ କିଲୋମିଟର ରାସ୍ତା ନିର୍ମାଣ ଶେଷ ହୋଇଛି, ଯେଉଁଥିରେ ପିଏମଜିଏସୱାଇ ଅଧୀନରେ ୪୬୪ କିମି ଏବଂ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ୯୭୫.୦୭ କିମି ଅନ୍ତର୍ଭୁକ୍ତ ।  ମୋ ସରକାର ସମସ୍ତ ସହରର ନାଗରିକ ସୁବିଧାରେ ଉନ୍ନତି ଆଣିବା ପାଇଁ ଏକ ନୂତନ ଯୋଜନା ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଆରମ୍ଭ କରିଛନ୍ତି ।  ରାଜ୍ୟର ଜାତୀୟ ରାଜପଥ ଶାଖା ନିୟନ୍ତ୍ରଣରେ  ୨୮୩୩କିମି ରହିଛି ଏବଂ ରକ୍ଷଣାବେକ୍ଷଣ ଓ ଉନ୍ନତି ପାଇଁ ୨୯୨୦ କିମି ରାସ୍ତା ଭାରତୀୟ ରାଜପଥ ପ୍ରାଧିକରଣକୁ ହସ୍ତାନ୍ତର କରାଯାଇଛି ।  ନିବେଶ ପାଇଁ ୧୨.୮୯ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଏହାସହିତ ୩.୮୪ ଲକ୍ଷ କୋଟି ନିବେଶ ମୂଲ୍ୟ ଏବଂ ୩.୯୨ ଲକ୍ଷ ନିଯୁକ୍ତି ସମ୍ଭାବନା ସହିତ ୪୪୮ ନିବେଶ ଉଦେ୍ଧଶ୍ୟ ଫର୍ମ ଗ୍ରହଣ କରାଯାଇଛି । ୨୦୨୪-୨୫ରେ ୪୦୦ରୁ ଅଧିକ ଷ୍ଟାର୍ଟଅପକୁ ବିଭିନ୍ନ ଆର୍ଥିକ ଓ ଅଣ-ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । 
 ଆସନ୍ତା ଦୁଇ ବର୍ଷରେ ବୟନଶିଳ୍ପ କ୍ଷେତ୍ରରେ  ୫୦ ହଜାର ନିଯୁକ୍ତି ଏବଂ ଆସନ୍ତା ୫ ବର୍ଷ ମଧ୍ୟରେ ଆଇଟି/ଆଇଟିଇଏସରେ  ୫୦ ହଜାର ନିଯୁକ୍ତି ସୃଷ୍ଟି ପାଇଁ ମୋ ସରକାର ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ ଏବଂ ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ । ୨୦୨୪-୨୫ ବର୍ଷରେ ୨୪ ହଜାରରୁ ଅଧିକ ସରକାରୀ ପଦବୀ ପୂରଣ ହୋଇସାରିଛି । 
୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦିଭାବେ ସଶକ୍ତ କରିବାକୁ ମୋ ସରକାର ଯୋଜନା କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ଏହି ସ୍ତରର ଆୟ ହାସଲ ପାଇଁ ତାଲିମ ଦିଆଯିବ । ଓଡ଼ିଆ ଅସ୍ମିତା କ୍ଷେତ୍ରରେ ନିର୍ଦ୍ଧିଷ୍ଟ ହସ୍ତକ୍ଷେପ ପାଇଁ ମୋ ସରକାର ୨୦୦ କୋଟି ଟଙ୍କାର ପ୍ରାରମ୍ଭିକ କର୍ପସ ପାଣ୍ଠି ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନାଗରିକଙ୍କ ଠାରୁ ୯ ହଜାରରୁ ଅଧିକ ଅଭିଯୋଗ ଆବେଦନ ଆସିଛି, ଯାହାର ସମାଧାନ ହାର ପ୍ରାୟ ୮୦ ପ୍ରତିଶତ ରହିଛି । ଦେଶ ଓ ଆମ ରାଜ୍ୟ ପାଇଁ ସେମାନଙ୍କ ଅମୂଲ୍ୟ ଅବଦାନକୁ ସ୍ୱୀକୃତି ଦେବା ଉଦେ୍ଧଶ୍ୟରେ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରି ପ୍ରବାସୀ ଭାରତୀୟଙ୍କ ସହ ଗଭୀର ସମ୍ପର୍କ ବଢ଼ାଇବା ମୋ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏସଡିଆରଏଫରୁ ୩୦୦ କୋଟି ଟଙ୍କା ମଞ୍ଜୁର କରାଯାଇ ସରକାରୀ ସମ୍ପତ୍ତିର ମରାମତି ପୁନରୁଦ୍ଧାର ପାଇଁ ବିଭିନ୍ନ ବିଭାଗକୁ ପ୍ରଦାନ କରାଯାଇଛି । ମୋ ସରକାର କ୍ଷତିଗ୍ରସ୍ତ କୃଷକମାନଙ୍କୁ ତୁରନ୍ତ ସହାୟତାଭାବେ କୃଷି ଇନପୁଟ ସବସିଡି ବାବଦରେ ୨୯୨ କୋଟି ଟଙ୍କା ମଞ୍ଜୁର ଏବଂ ପ୍ରଦାନ କରିଛନ୍ତି । ଆମେ ଆଗକୁ ବଢ଼ୁ୍ଥିବାବେଳେ ୨୦୨୪ର ସଫଳତା, ଓଡ଼ିଶାର ସ୍ଥିରତା ଓ ଦୂରଦୃଷ୍ଟିର ପ୍ରମାଣଭାବେ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ସ୍ଥାପନ କରୁଛି ।

Powered by Froala Editor

Tags Budget

Related articles Odisha News Lens 4.1

  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...
    ଦେଶ-ଦେଶାନ୍ତର

    ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ...

    13801
    Sep 21, 2026
  • ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...
    ରାଜନୀତି

    ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ...

    14757
    Sep 21, 2026
  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ
    ଦେଶ-ଦେଶାନ୍ତର

    ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

    15426
    Sep 21, 2026
  • ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ
    ଦେଶ-ଦେଶାନ୍ତର

    ଭିଭିଆଇପିଙ୍କୁ ଏସ୍‌ଆଇଆର ନୋଟିସ

    13843
    Sep 21, 2026
  •  ୫ଦିନ ବନ୍ଦ ରହିବ ବ୍ୟାଙ୍କ
    ଦେଶ-ଦେଶାନ୍ତର

    ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14570
    Sep 21, 2026
  • ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ
    ଦେଶ-ଦେଶାନ୍ତର

    ୨୩ରୁ ଆମେରିକା ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ

    15266
    Sep 22, 2026
  • ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ
    ଦେଶ-ଦେଶାନ୍ତର

    ବଳାତ୍କାରର ଦାଏର ମାମଲାରେ ଏହି ରାଜ୍ୟ ଆଗରେ

    14210
    Sep 22, 2026
  • ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ
    ଦେଶ-ଦେଶାନ୍ତର

    ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

    13530
    Sep 21, 2026
  • ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍
    ଦେଶ-ଦେଶାନ୍ତର

    ଏସ୍‌ଆଇଆର୍‌ରେ ଜୟଶଙ୍କର ଓ ପୂର୍ବତନ ସେନାମୁଖ୍ୟଙ୍କୁ ନୋଟିସ୍

    14609
    Sep 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ

    13530
    Sep 21, 2026
  • ଦେଶ-ଦେଶାନ୍ତର

    ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14570
    Sep 21, 2026
  • ଦେଶ-ଦେଶାନ୍ତର

    ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ଅନିବାର୍ଯ୍ୟ

    13801
    Sep 21, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17116
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17801
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17777
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18185
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    14769
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14450
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14699
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16329
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14847
    Sep 06, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15611
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15369
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14664
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14337
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫ୍ଲାଇ ଓଭରରୁ ଖସି ପଡିଲା BMW କାର, ୩ ମୃତ

    15426
    Sep 21, 2026
  • ୫ଦିନ ବନ୍ଦ ରହିବ ବ୍ୟାଙ୍କ

    14570
    Sep 21, 2026
  • ଅକ୍ଟୋବର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ଅନିବାର୍ଯ୍ୟ

    13801
    Sep 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In