ଆତ୍ମହତ୍ୟା କଲେ ଓଡ଼ିଆ ରାପର୍

ବେଙ୍ଗାଲୁରୁରେ ଜୀବନ ହାରିଦେଲେ ଓଡ଼ିଆ ରାପର୍ ଅଭିନବ ସିଂ । ‘ଜଗରନଟ’ ଭାବରେ ଜଣାଶୁଣା ଅଭିନବ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ବେଙ୍ଗାଲୁରୁର ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହିତ ମୃତଦେହକୁ ଅଭିନବଙ୍କ ପରିବାରକୁ ହସ୍ତାନ୍ତର କରିଛି। ଅଭିନବଙ୍କ ପରିବାର ଲାଲବାଗ ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ସ୍ତ୍ରୀ ଏବଂ ଅନ୍ୟ କେତେଜଣଙ୍କ ଦ୍ୱାରା ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି।
ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନବ । ବିବାହର ଅଳ୍ପଦିନ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳିଗୋଳ ଆରମ୍ଭ ହୋଇଥିଲା । ଯାହାକୁ ନେଇ ଅଭିନବ ମାନସିକ ଅଶାନ୍ତିରେ ରହୁଥିବା କହିଛନ୍ତି ଘର ଲୋକ ।
ଅଭିନବଙ୍କ ଘର କଟକରେ କିନ୍ତୁ ସେ ବେଙ୍ଗାଲୁରୁରେ ରହୁଥିଲେ । ଅପକମିଂ ପ୍ରୋଜେକ୍ଟ ଆସିବାର ଥିବାବେଳେ ପୂର୍ବରୁ ତାଙ୍କ ରାପ୍ ସଙ୍ଗକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ସେ ତାଙ୍କର ‘କଟକ ଆନ୍ଥେମ’ ଟ୍ରାକ ପାଇଁ ପ୍ରସିଦ୍ଧି ହାସଲ କରିଥିଲେ, ତାଙ୍କ ସଙ୍ଗୀତ ପ୍ରାୟତଃ ସ୍ଥାନୀୟ ସାଂସ୍କୃତିକ ଉପାଦାନଗୁଡ଼ିକୁ ସମସାମୟିକ ରାପ ଶୈଳୀ ସହିତ ମିଶ୍ରଣ କରିଥାଏ। ସେ ଓଡ଼ିଆ ରାପକୁ ଦର୍ଶକଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ରାଜ୍ୟ ବାହାରେ ଶ୍ରୋତାଙ୍କ ନିକଟରେ ପହଞ୍ଚିବା ପାଇଁ YouTube ଏବଂ Spotify ଭଳି ପ୍ଲାଟଫର୍ମକୁ ବ୍ୟବହାର କରିଥିଲେ। ତାଙ୍କ ବିୟୋଗରେ ଅଭିନବଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଛି ।
Powered by Froala Editor