ଏପ୍ରିଲ-ଜାନୁଆରୀ ମଧ୍ୟରେ ରାଜ୍ୟଙ୍କୁ ୧.୧୧ ଲକ୍ଷ କୋଟି ଟଙ୍କା ସୁଧମୁକ୍ତ ଋଣ ଦେଇଛି କେନ୍ଦ୍ର:ଅର୍ଥ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ : ପୁଞ୍ଜି ବ୍ୟୟ ବଢ଼ାଇବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ସହାୟତା ପ୍ରଦାନ ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ଏପ୍ରିଲ-ଜାନୁଆରୀ ମଧ୍ୟରେ ପ୍ରାୟ ୧.୧୧ ଲକ୍ଷ କୋଟି ଟଙ୍କାର ସୁଧମୁକ୍ତ ଋଣ ପ୍ରଦାନ କରିଛନ୍ତି। ଏନେଇ ସୋମବାର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସୂଚନା ଦେଇଛନ୍ତି।
୨୦୨୪-୨୫ ବଜେଟରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଞ୍ଜି ବ୍ୟୟ ପାଇଁ ରାଜ୍ୟଗୁଡ଼ିକୁ ସୁଧମୁକ୍ତ ଋଣ ପାଇଁ ଆବଣ୍ଟନ ବୃଦ୍ଧି କରିଥିଲେ। ଏହା ଫଳରେ ରାଜ୍ୟଗୁଡ଼ିକ ଭିତ୍ତିଭୂମି ଏବଂ ନିର୍ଦ୍ଦିଷ୍ଟ ସଂସ୍କାର ପାଇଁ ଅଧିକ ଖର୍ଚ୍ଚ କରିପାରିବେ। ଏହାଦ୍ବାରା ବିହାର ସର୍ବାଧିକ ଉପକୃତ ହୋଇଛି।
Powered by Froala Editor