ଟ୍ରାଭେଲରକୁ ଧକ୍କା ଦେଲା ଟ୍ରକ୍ , ୭ ମୃତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମହାକୁମ୍ଭ ମେଳାରୁ ବୁଡ ପକାଇ ଫେରିବାବେଳେ ଚାଲିଗଲା ଜୀବନ। ଟ୍ରାଭେଲରକୁ ଧକ୍କା ଦେଲା ଟ୍ରକ୍ , ୭ ମୃତ। ସୂଚନା ଅନୁଯାୟୀ ଗତକାଲି ଆନ୍ଧ୍ରପ୍ରଦେଶର କିଛି ଲୋକ ଏକ ଟ୍ରାଭେଲର ଯୋଗେ ପ୍ରୟାଗରାଜ ଯାଇଥିଲେ। ମହାକୁମ୍ଭରେ ବୁଡ ପକାଇ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ନାଗପୁର ପ୍ରୟାଗରାଜ ଜାତୀୟ ରାଜପଥରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଟ୍ରାଭେଲରକୁ ଧକ୍କା ଦେଇଛି। ଆଜି ସକାଳ ୯ଟା ସମୟରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଗୁରୁତର ମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor