ମହାକୁମ୍ଭରୁ ଅଯୋଧ୍ୟା.....ମହା ଜାମ୍

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ଯୋଗୁଁ କାଶୀ ଓ ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ବି ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି। କୁମ୍ଭମେଳା ପାଇଁ ବିଦେଶ ଓ ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଅଯୋଧ୍ୟା ଆସୁଛନ୍ତି। କ୍ରମାଗତ ଭାବେ ବହୁ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁଁ ସମସ୍ତ ବ୍ୟବସ୍ଥା ବ୍ୟାହତ ହେଉଥିବା ବେଳେ କଟକଣା ଯୋଗୁଁ ସ୍ଥାନୀୟ ଲୋକେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଯୋଧ୍ୟାର ସ୍ଥିତି ଏପରି ହୋଇଛି ଯେ ଜାତୀୟ ରାଜପଥରୁ ରାମ ମନ୍ଦିର ଦ୍ୱାର, ହନୁମାନଗଡ଼ୀ ଏବଂ ଅଯୋଧ୍ୟାର ପ୍ରାଚୀନ ମଠ-ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ଲମ୍ବା ଧାଡ଼ି ଲାଗିଛି।
ରବିବାର ମଧ୍ୟ ବହୁ ସଂଖ୍ୟକ ବାହାର ଭକ୍ତ ଅଯୋଧ୍ୟାରେ ପହଞ୍ଚିଥିଲେ । ରାମନଗରୀକୁ ସଂଯୋଗ କରୁଥିବା ପ୍ରୟାଗରାଜ, ଲକ୍ଷେ୍ନø, ରାୟବରେଲି, ଗୋରଖପୁର, ଗୋଣ୍ଡା ଏବଂ ଆମ୍ବେଦକରନଗର ରାଜପଥରେ ଭକ୍ତମାନଙ୍କ ଯାନବାହନକୁ କିଛି ସମୟ ପାଇଁ ଅଟକାଇବାକୁ ପଡିଥିଲା ।
ଅଯୋଧ୍ୟାର ମଠ ଓ ମନ୍ଦିରରେ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି। ସେପଟେ ଅଯୋଧ୍ୟା ସୀମାରେ ମଧ୍ୟ ଲମ୍ବା ଟ୍ରାଫିକ ଜାମ୍ ଦେଖିବାକୁ ମିଳୁଛି । ଏସ୍ ପି ସିଟି ମଧୁବନ ସିଂହ କହିଛନ୍ତି ଯେ ଅଯୋଧ୍ୟାରେ ଭକ୍ତଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଅଯୋଧ୍ୟାରେ ପହଞ୍ଚୁଥିବା ପ୍ରତ୍ୟେକ ଭକ୍ତଙ୍କ ବିଶ୍ୱାସର କେନ୍ଦ୍ରରେ ରାମ ମନ୍ଦିର ଏବଂ ହନୁମାନଗଡ଼ୀ ଥିବାରୁ, ରାମ ମନ୍ଦିର ଏବଂ ହନୁମାନଗଡ଼ୀରେ ସର୍ବାଧିକ ଭିଡ଼ ଜମିଛି ।
Powered by Froala Editor