ଇଚ୍ଛା ମୃତ୍ୟୁ ଚାହୁଁଥିବା ଲୋକଙ୍କ ପାଇଁ ଏହି ଡକ୍ଟର ତିଆରି କଲେ ‘ଡେଥ ମେସିନ୍’

ଏମିତି ଏକ ମେସିନ ଯେଉଁଥିରେ ଆପଣ ନିଜେ ଦେଖିପାରିବେ ନିଜର ମୃତ୍ୟୁ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ନା! କିନ୍ତୁ ଏହା ସତ୍ୟ ଯେ, ଫିଲିପ୍ ନାମକ ଜଣେ ଡକ୍ଟର ଡେଥ୍ ମେସିନ କରିଥିଲେ । ଯେଉଁଥିରେ ନିଜ ମୃତ୍ୟୁ ଦେଖିହେଉଛି । ଏହି ମେସିନ୍ର ଖାସ୍ ବିଶେଷତ୍ତ୍ଵ ହେଉଛି ଯେ, ଯେଉଁ ଲୋକମାନେ ମରିବାକୁ ଚାହୁଁଛନ୍ତି ସେମାନେ ଭର୍ଚୁଆଲରେ ସେମାନଙ୍କର ମୃତ୍ୟୁକୁ ଦେଖିପାରିବେ। ଏହି ଇଚ୍ଛା ମୃତ୍ୟୁକୁ ୟୁଥନେଶିୟା କୁହାଯାଏ। ତେବେ ଲୋକମାନଙ୍କୁ ଏଭଳି ଇଚ୍ଛା ମୃତ୍ୟୁ ପ୍ରଦାନ କରୁଥିବା ଡକ୍ଟର ଫିଲିପ ଏବେ ଚର୍ଚ୍ଚାରେ।
୯୦ ଦଶକର ଏହି ଡକ୍ଟର ଆଇନ ସମ୍ମତ ଭାବେ ଚାରି ଜଣଙ୍କୁ ଇଚ୍ଛା ମୃତ୍ୟୁ ଦେଇଥିଲେ। ଏହାପରେ ଏଭଳି ଏକ ମେସିନ୍ ତିଆରି କରିବାକୁ ତାଙ୍କ ମୁଣ୍ଡକୁ ଜୁଟିଥିଲା। ଏହା ପରେ ସେ ସାରକୋ ନାମକ ଏହି ମେସିନ୍ ନିର୍ମାଣ କରିବା ଆରମ୍ଭ କରିଥିଲେ। ତେବେ ସାରକୋ ୱେବସାଇଟ୍ ମୁତାବକ, ଯେତେବେଳେ ଏହି ଡେଥ୍ ମେସିନ୍ରେ କୌଣସି ବ୍ୟକ୍ତି ବସେ ତାଙ୍କର ଅକ୍ସିଜେନର ସ୍ତର ତୀବ୍ର ଗତିରେ କମିଯାଏ। କାର୍ବନ ଡାଇଅକ୍ସଡାଇଡ୍ ମଧ୍ୟ କମିଯାଏ। ତେବେ ଏହି ମେସିନ୍ ଆପଣଙ୍କୁ ଆପଣଙ୍କ ଇଚ୍ଛା ମୁତାବକ ସ୍ଥାନକୁ ନେଇପାରିବ। ଏହି ମେସିନ୍ରେ ବସିବା ପୂର୍ବରୁ ପ୍ରଥମେ ଆପଣଙ୍କ ମାନସିକ ସନ୍ତୁଳନ ଟେଷ୍ଟ କରାଯାଇଥାଏ । ଏହାପରେ ଆପଣଙ୍କୁ ଏକ କୋଡ୍ ଦିଆଯାଏ। ଏହି କୋଡ୍ ସହାୟତାରେ ଆପଣ ଡେଥ୍ ମେସିନ୍କୁ ଆକ୍ସେସ୍ କରିପାରିବେ। ମେସିନ୍କୁ ଖୋଲି ଏଥିରେ ବସି ବଟନ୍ ଦବାଇବା ପରେ ଅଣନିଃଶ୍ଵାସୀ ଲାଗିବ। ଏହି ମେସିନ୍ ସାହାଯ୍ୟରେ ଏକ କୃତ୍ରିମ ପରିବେଶ ସୃଷ୍ଟି କରାଯାଏ। ଏହାପରେ ଆପଣ ଆପଣଙ୍କ ସମ୍ପର୍କୀୟଙ୍କୁ ଅଲବିଦା କହି ଶେଷ ଯାତ୍ରାରେ ବାହାରି ପଡିବେ। ଧୀରେ ଧୀରେ ଜୀବନ ଚାଲିଯିବ।
Powered by Froala Editor