କିଏ ବସିବ ଦିଲ୍ଲୀ ଗାଦିରେ, ଜାରି ରହିଛି ସସ୍ପେନ୍ସ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ହାସଲ କରିବା ପରେ ଭାରତୀୟ ଜନତା ପାର୍ଟିରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା ଜୋର ଧରିଛି। ଏନେଇ ଦିଲ୍ଲୀ ପାର୍ଟି ଅଫିସରେ ସମସ୍ତ ନିର୍ବାଚିତ ଦଳୀୟ ବିଧାୟକଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରୁଛନ୍ତି ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଓ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ସମେତ ଦଳର ତୁଙ୍ଗ ନେତା ।
ଦଳ ୨୭ ବର୍ଷରୁ ଅଧିକ ସମୟ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି। ୭୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪୮ଟି ଆସନ ଜିତିଛି ବିଜେପି । ତେବେ ଚର୍ଚ୍ଚା ହେଉଛି , କେଜ୍ରିୱାଲଙ୍କୁ ହରାଇଥିବା ପରଭେଶ ବର୍ମା, ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବା, ପୂର୍ବତନ ସଭାପତି ତଥା ବିରୋଧୀ ଦଳ ନେତା ବିଜେନ୍ଦର ଗୁପ୍ତା, ମହିଳା ବିଧାୟିକା ରେଖା ଗୁପ୍ତା ପ୍ରମୁଖ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ତେବେ ବିଜେପି ପରିଚିତ ମୁହଁକୁ ବାଛିବ ନା ସରପ୍ରାଇଜ୍ କାର୍ଡ ଖେଳିବ, ତାହାକୁ ନେଇ ବି କଳ୍ପନାଜଳ୍ପନା ଜାରି ରହିଛି ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିଦେଶ ଗସ୍ତରୁ ଫେରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଶପଥ ଗ୍ରହଣ ସମାରୋହ ହୋଇପାରେ। ପ୍ରଧାନମନ୍ତ୍ରୀ ୧୪ ଫେବୃଆରୀରେ ଦେଶକୁ ଫେରିବେ। ଶପଥ ଗ୍ରହଣ ଉତ୍ସବ ଏହିଦିନ ହେବ ବୋଲି ଚର୍ଚ୍ଚା ହେଉଛି। ଏଥିରେ ଏନଡିଏ ନେତାମାନେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।
ଏ ତମାମ୍ ଭେଟଘାଟ ଭିତରେ ଉପରାଜ୍ୟପାଳଙ୍କ ସହିତ ଦିଲ୍ଲୀର ସମସ୍ତ ଦଳୀୟ ବିଧାୟକ ଓ ସାଂସଦଙ୍କ ସାକ୍ଷାତ ପାଇଁ ସମୟ ମାଗିଛି ବିଜେପି । ଦିଲ୍ଲୀରେ ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ି ବାଜି ମାରିଛି ବିଜେପି ।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଫେବୃଆରୀ ୫ରେ ହୋଇଥିବା ମତଦାନରେ ଭି ୪୫.୫୬ ପ୍ରତିଶତ ଏବଂ ଆପ୍ ୪୩.୫୭ ପ୍ରତିଶତ ଭୋଟ୍ ପାଇଥିଲା। ତଥାପି ଆସନ ଦୃଷ୍ଟିରୁ, ଭାଜପା ୪୮ ସଂଖ୍ୟା ହାସଲ କରି ବହୁତ ଆଗକୁ ବଢ଼ିଗଲା। ୭୦ଟି ବିଧାନସଭା ଆସନ ମଧ୍ୟରୁ ଆପ୍ ୨୨ଟି ଆସନ ପାଇଥିଲା।
Powered by Froala Editor